୯ଟି ବ୍ରଡ୍ ସ୍ପେଶାଲିଟି ବିଭାଗରେ ନିଯୁକ୍ତ ହେବେ ୧୩୦ ସହକାରୀ ପ୍ରାଧ୍ୟାପକ

ଭୁବନେଶ୍ବର : ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୯ଟି ବ୍ରଡ୍‌ ସ୍ପେଶାଲିଟି ବିଭାଗରେ ୧୩୦ଜଣ ଓଏମ୍‌ଇଏସ୍‌ କ୍ୟାଡରର ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ହେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ଏହାକୁ ଅନୁମୋଦନ କରିଛନ୍ତି। ଓଡ଼ିଶା ଲୋକସେବା ଆୟୋଗଙ୍କ ସୁପାରିସକ୍ରମେ ଏହା ଅନୁମୋଦନ କରାଯାଇଛି। ଏହା ପୂର୍ବରୁ ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୭ଟି ବ୍ରଡ୍ ସ୍ପେଶାଲିଟି ବିଭାଗରେ ୬୫ଜଣ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି ଦିଆଯାଇଥିଲା। ଫଳରେ ଚଳିତବର୍ଷ ‌ସମୁଦାୟ ୧୬ଟି ବିଭାଗରେ ୧୯୫ଜଣ ସହକାରୀ ପ୍ରାଧ୍ୟାପକ ନିଯୁକ୍ତ ହୋଇଛନ୍ତି।

ଏହି ବିଭାଗ ମଧ୍ୟରେ ଭେଷଜ, ଶାରୀରିକ ଭେଷଜ ଓ ଥଇଥାନ, ଶରୀର ଗଠନ, ଯକ୍ଷ୍ମା ଓ ଛାତିରୋଗ, ଚକ୍ଷୁରୋଗ, ଶରୀରତତ୍ତ୍ବ, ରକ୍ତ ସଂଚାଳନ ଭେଷଜ, ଶଲ୍ୟ ଚିକିତ୍ସା, ଶିଶୁରୋଗ, ଗୋଷ୍ଠୀ ଭେଷଜ, ସ୍ତ୍ରୀ ଓ ପ୍ରସୂତି ରୋଗ, ନିଦାନ, ଚର୍ମ ଓ ‌ଯୌନ ରୋଗ, ନିଶ୍ଚେତକ, ଅଣୁଜୀବ ବିଜ୍ଞାନ ଓ ନୀତି ତାତ୍ତ୍ବିକ ଭେଷଜ ଓ ବିଷ ବିଜ୍ଞାନ। ଏହି ନିଯୁକ୍ତି ଫଳରେ ରାଜ୍ୟର ମେଡିକାଲ କଳେଜର ଶିକ୍ଷାଦାନରେ ଉନ୍ନତି ଆସିବା ସହିତ ଲୋକମାନଙ୍କୁ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ମିଳିପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର