କଣ୍ଟାବାଞ୍ଜି : କଣ୍ଟାବାଞ୍ଜିର ବିଭିନ୍ନ ସ୍ଥାନରେ ପୁଲିସର ବାରମ୍ବାର ଚଢ଼ାଉ ସତ୍ତ୍ୱେ ବେନିୟମ କଫ୍ସିରପ ବିକ୍ରି ବନ୍ଦ ହେଉ ନାହିଁ। ସୋମବାର ଝାଙ୍କରପଡ଼ାସ୍ଥିତ କୁନ୍ତି ନାଗ ନିଜ ଘରେ କଫ୍ସିରପ ବିକ୍ରି କରୁଥିବା ଅଭିଯୋଗରେ ଧରାପଡ଼ିଛନ୍ତି। ପୁଲିସ ତାଙ୍କ ଘରେ ଚଢ଼ାଉ କରି ୧୩୦ ବୋତଲ କଫ୍ସିରପ ଜବତ କରିବା ସହ କୁନ୍ତିଙ୍କୁ ଗିରଫ କରିଥିବା ଥାନାଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ବେଆଇନ କଫ୍ସିରପ୍ କାରବାରରେ କୁନ୍ତିଙ୍କ ପୁଅ ମଧ୍ୟ ସାମିଲ ଥିବା ପୁଲିସ କହିଛି।
୧୩୦ ବୋତଲ କଫ୍ସିରପ ଜବତ, ଅଭିଯୁକ୍ତ ମହିଳା ଗିରଫ
/sambad/media/post_attachments/wp-content/uploads/2023/03/cough-syrup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)