୧୦ମ ବୋର୍ଡ ପରୀକ୍ଷା: ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଦିନରେ ୧୩ଶହ ପରୀକ୍ଷାର୍ଥୀ ଅନୁପସ୍ଥିତ  

ଖୋର୍ଦ୍ଧା: ଆଜି ରାଜ୍ୟ ବୋର୍ଡ ଅଫ୍ ସେକଣ୍ଡରି ଏଜୁକେସନ୍‌ ୧୦ମ ଶ୍ରେଣୀ ଦ୍ୱିତୀୟ ଆସେସମେଂଟ୍ ପରୀକ୍ଷାର ପ୍ରଥମ ପରୀକ୍ଷା ଅନୁଷ୍ଠିତ ହୋଇଛି । ପ୍ରଥମ ଦିନରେ ମୋଟ ୨୭,୬୨୨ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୯୮ଜଣ ଅନୁପସ୍ଥିତ ରହିଛନ୍ତି । ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ନିକଟରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରୁ ଏକ ଅନୁମାନିକ ହିସାବରେ ୨୮,୭୨୩ଜଣ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଦେବେ ବୋଲି ଆକଳନ କରାଯାଇଥିଲା । କିନ୍ତୁ ବୋର୍ଡ ଠାରୁ ମିଳିଥିବା ସୂଚନାରେ ୨୭,୬୨୨ଜଣ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ଆଜି ପ୍ରଥମ ଦିନରେ ସେମାନଙ୍କ ମଧ୍ୟରୁ ୨୬,୩୨୪ଜଣ ପରୀକ୍ଷା ଦେଇଛନ୍ତି । ୧୨୯୮ଜଣ ପରୀକ୍ଷା ଦେଇନାହାନ୍ତି, ଅର୍ଥାତ୍ ୪.୭୦ ପ୍ରତିଶତ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି । ସେହିଭଳି ରାଜ୍ୟ ସରକାର ମୁକ୍ତ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ୫୯୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୯୫ଜଣ ପରୀକ୍ଷା ଦେଇଛନ୍ତି । ୯୬ ଜଣ ଅନୁପସ୍ଥିତ ଥିବା ବେଳେ ସେମାନଙ୍କ ସଂଖ୍ୟା ୧୬.୨୫ ପ୍ରତିଶତ ଅଟେ ।

ସମ୍ବନ୍ଧିତ ଖବର