ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ରେଳ ଷ୍ଟେସନ ରେକ୍ ପଏଣ୍ଟକୁ ଶୁକ୍ରବାର ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୧୩୦୩.୦୨ ମେଟ୍ରିକ ଟନ୍ ୟୁରିଆ ସାର ଆସିଥିବା ଜଣାଯାଇଛି। ଏହି ସାର ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ପେକ୍ସ ଓ ଅଧୀକୃତ ବିକ୍ରେତାଙ୍କୁ ଦେବା ପାଇଁ ସ୍ଥିର ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। ଏହାକୁ ତଦାରଖ କରିବା ପାଇଁ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀନିବାସ ମଲ୍ଲିକ, ସୋନପୁର ଗୋଦାମ ମ୍ୟାନେଜର ଗଣେଶ୍ବର ପାତ୍ର, ଡୁଙ୍ଗୁରିପାଲି ଗୋଦାମ ମ୍ୟାନେଜର କୃଷ୍ଣଚନ୍ଦ୍ର ସିଆ ଡୁଙ୍ଗୁରିପାଲି ଆସିଥିବା ପ୍ରକାଶ। ସାର ଅନଲୋଡ୍ ବେଳେ ଦେବ ପଣ୍ଡାଙ୍କ ସହ ଅନ୍ୟାନ୍ୟ ଶ୍ରମିକ ଉପସ୍ଥିତ ଥିଲେ।
ଡୁଙ୍ଗୁରିପାଲି ରେକ୍ ପଏଣ୍ଟକୁ ଆସିଲା ୧୩୦୩.୦୨ ମେଟ୍ରିକ ଟନ୍ ୟୁରିଆ ସାର
/sambad/media/post_attachments/wp-content/uploads/2021/04/sub.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)