ନିୟମିତ ହେଲେ ୧୩୦୯ ଜଣ ଚୁକ୍ତିଭିତ୍ତିକ ଶିକ୍ଷକ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୦ରେ ନିଯୁକ୍ତି ପାଇଥିବା ୧୩୦୯ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇଛନ୍ତି। ୬ ବର୍ଷ ଚୁକ୍ତି ଅବଧି ପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଜିଲ୍ଲାର ୬୨, ବରଗଡ଼ର ୨୫, ବୌଦ୍ଧର ୧୦, ବଲାଙ୍ଗୀରର ୬୩, କଟକର ୧୪୦, ଢେଙ୍କାନାଳର ୨୭, ଗଜପତିର ୯, ଗଞ୍ଜାମର ୭୭, ଯାଜପୁରର ୫୦, ଝାରସୁଗୁଡ଼ାର ୮, କଳାହାଣ୍ଡିର ୨୬, ଜଗତସିଂହପୁରର ୬୫, କନ୍ଧମାଳର ୨୧, କେନ୍ଦ୍ରାପଡ଼ାର ୯୨, କେନ୍ଦୁଝରର ୧୦୨, କୋରାପୁଟର ୩୫, ମାଲକାନ୍‌ଗିରିର ୯, ମୟୂରଭଞ୍ଜର ୧୧୨, ନୟାଗଡ଼ର ୧୦, ପୁରୀର ୨୫, ରାୟଗଡ଼ାର ୩୨, ସମ୍ବଲପୁରର ୨୭, ସୁବର୍ଣ୍ଣପୁରର ୧୬, ସୁନ୍ଦରଗଡ଼ର ୮୬, ଅନୁଗୁଳର ୨୧, ବଲେଶ୍ୱରର ୯୬, ଦେବଗଡ଼ର ୩, ଖୋର୍ଦ୍ଧା ୩୭, ନବରଙ୍ଗପୁରର ୧୮ ଏବଂ ନୂଆପଡ଼ାର ୫ ଜଣ ଶିକ୍ଷକ ନିୟମିତ ହୋଇଛନ୍ତି।

୧୮ ମାସ ପରେ ଏହି ନିୟମିତ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟ ସରକାରଙ୍କ ଏହି ବିଜ୍ଞପ୍ତି ପରେ ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ଯେ, ଗଣଶିକ୍ଷା ବିଭାଗ ନିୟମରେ ପରିବର୍ତନ ଆଣି ୬ ବର୍ଷ ଚୁକ୍ତି ଅବଧି ଶେଷ ହେବା ମାତ୍ରେ ନିୟମିତ କରାଯାଉ। ଫଳରେ ଶିକ୍ଷକମାନଙ୍କୁ ୨ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ବିଳମ୍ବରେ ହେଉ ପଛେ ୧୩୦୯ ଜଣ ଚୁକ୍ତିଭିତିକ ଶିକ୍ଷକଙ୍କୁ ନିୟମିତ କରାଯାଇଥିବାରୁ ସଂଘର ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ପ୍ରଧାନ, ପୂର୍ବତନ ସମ୍ପାଦକ ଅମରେନ୍ଦ୍ର ସ୍ୱାଇଁ ପ୍ରମୁଖ ବିଭାଗୀୟ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର