ସଙ୍ଗରୋଧ ବାବଦରେ ଦିଆଗଲାଣି ୧୩୨ କୋଟି

ଭୁବନେଶ୍ୱର : ରାଜ୍ୟରେ କରୋନା ମହାମାରୀ ପାଇଁ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ରାଜ୍ୟ ସରକାର ସଙ୍ଗରୋଧ ବ୍ୟବସ୍ଥା କରିଛନ୍ତି। ସଙ୍ଗରୋଧରେ ରହୁଥିବା ‌ଲୋକମାନଙ୍କୁ ୨ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି। ଏହି ଭିତ୍ତିରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ୧୩୨ କୋଟି ୭୨ଲକ୍ଷ ୯୨ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହି ସମସ୍ତ ଅର୍ଥ ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯାଉଛି। ଏ ପର୍ଯ୍ୟନ୍ତ ୬ଲକ୍ଷ ୬୩ ୬୪୬ଜଣ ପ୍ରବାସୀଙ୍କୁ ଏହି ଅର୍ଥ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ସମ୍ବନ୍ଧିତ ଖବର