ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୧୩୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୭୨୮

ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୪ ହଜାର ଟପିଲା
ଚାରି ଦିନ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ

ଭୁବନେଶ୍ୱର : ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ୨୪ଟି ଜିଲ୍ଲାରେ ୧୩୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୮୮୭ ଜଣ ଥିଲା ବେଳେ ୪୩୩ ସ୍ଥାନୀୟ ସଂକ୍ରମଣ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୫୬୦ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ୧୩ ହୋଇଛି। କେବଳ ଦେବଗଡ଼ ଓ ସୁବର୍ଣ୍ଣପୁରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଉପରେ ରହିଛି। ଏହାସହିତ ଆଜି ଆଉ ୭୨୮ ରୋଗୀ ସୁସ୍ଥ ହୋଇଛନ୍ତି।

ଗତ ୪ ଦିନ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ହଜାର ଉପରେ ରହୁଛି। ୨୧ ତାରିଖରେ ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟାରେ ଏକ ହଜାର ଟପି ୧୦୭୮ ହୋଇଥିଲା। ୨୨ରେ ୧୨୬୪, ୨୩ରେ ୧୫୯୪ ଓ ୨୪‌େର ଏହି ସଂଖ୍ୟା ୧୩୨୦ ରହିଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୭୪, ପୁରୀ ଓ ଗଜପତିରୁ ୯୦ ଜଣ ଲେଖାଏଁ, ରାୟଗଡ଼ାରୁ ୬୫, କଟକ ଓ ସୁନ୍ଦରଗଡ଼ରୁ ୪୭ ଲେଖାଏଁ, କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ବାଲେଶ୍ବର ଓ ଯାଜପୁରରୁ ୨୩ ଲେଖାଏଁ, ବରଗଡ଼ରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬, ନୂଆପଡ଼ାରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, ଦେବଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ଭିତରେ ୭୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୧୫୯୨୮ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହା ବାଦ୍ ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ବରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଞ୍ଜରୁ ୧୯, ଅନୁଗୁଳରୁ ୧୮, ଜଗତସିଂହପୁର ଓ ନୟାଗଡ଼ରୁ ୧୭, ସମ୍ବଲପୁରରୁ ୧୧, ମାଲକାନଗିରିରୁ ୧୦, ସୁନ୍ଦରଗଡ଼, ବରଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ପୁରୀରୁ ୭ ଲେଖାଏଁ, ବଲାଙ୍ଗୀର, ଝ‌ାରସୁଗୁଡ଼ା ଓ ସୋନପୁରରୁ ୫ ଲେଖାଏଁ, ଭଦ୍ରକ ଓ ନବରଙ୍ଗପରରୁ ୪ ଲେଖାଏଁ, କୋରାପୁଟରୁ ୩, ବୌଦ୍ଧ ଓ କେନ୍ଦୁଝରରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ହଜାର ୧୦୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୫ ହଜାର ୯୨୮ ସୁସ୍ଥ ହୋଇଛନ୍ତି। ଏବେ ୭୯୨୧ ଜଣ ସକ୍ରିୟ ରୋଗୀ ଅଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର