୧୩୪ କନିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୧୩୪ଜଣ କନିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବରିଷ୍ଠ ଓଏଏସ୍‌ ଅଧିକାରୀ ପଦବିକୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି।

ଏହି ୧୩୪ଜଣ କନିଷ୍ଠ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଉପ ଜିଲ୍ଲାପାଳ, ବିଡିଓ, ତହସିଲଦାର, ପ୍ରଶାସନିକ ଅଧିକାରୀ, ଅତିରିକ୍ତ ଭୂ-ଅଧିକାରୀ ଆଦି ରହିଛନ୍ତି। ଓଡ଼ିଶା ଲୋକସେବା କମିସନଙ୍କ ସୁପାରିସ କ୍ରମେ ସେମାନଙ୍କୁ ବରିଷ୍ଠ ଓଏଏସ୍‌ ଗ୍ରେଡ୍‌-ଏ(ବରିଷ୍ଠ ଶ୍ରେଣୀ)କୁ ପଦୋନ୍ନତି ଦିଆଯାଇଛି। ତେବେ ଏହି ପଦୋନ୍ନତି ଅସ୍ଥାୟୀ ଭାବେ ସର୍ବାଧିକ ଏକବର୍ଷ ପାଇଁ କିମ୍ବା ସେମାନଙ୍କର ଅବସର ନେବା ପର୍ଯ୍ୟନ୍ତ ଲାଗୁ ହେବ। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର