ବୁଦା ମୂଳରୁ ମିଳିଲା ୧୩୬ କେଜି ଗଞ୍ଜେଇ

ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ଶୁକ୍ରବାର ବୌଦ୍ଧ ଥାନା କୁରକୁଜ ଗାଁ ଜଙ୍ଗଲ ନିକଟ ଏକ ବୁଦାଳିଆ ସ୍ଥାନରୁ ୧୩୬ କିଲୋ ଗଞ୍ଜଇ ଜବତ କରିଛି। ସୂଚନାନୁସାରେ, କୁରକୁଜ ଗାଁ ଜଙ୍ଗଲ ନିକଟରେ ପାଟ୍ରୋଲିଂ ଚାଲିଥିବା ବେଳେ ଏକ ବୁଦା ମୂଳରେ କିଛି ବସ୍ତୁ ଗଚ୍ଛିତ ଥିବା ନଜରକୁ ଆସିଥିଲା।

ଯାଞ୍ଚ ପରେ ତାହା ଗଞ୍ଜେଇ ବୋଲି ଜଣାପଡ଼ିଥିଲା। ମାତ୍ର ଉକ୍ତ ସ୍ଥାନରେ ‌କେହି ନଥିବାରୁ କାହାକୁ ଗିରଫ କରାଯାଇ ପାରିନାହିଁ। ଜବତ ଗଞ୍ଜେଇର ଓଜନ ୧୩୬ କିଲୋ ଥିବା ଜଣାପଡ଼ିଛି। ଇନ୍ସପେକ୍ଟର ସାଗରିକା ପ୍ରଧାନଙ୍କ ନେତୃତ୍ବରେ ହୋଇଥିବା ଚଢ଼ଉରେ ଏଏସ୍‌ଆଇ ରୂପେଶ ମୁଖୀ, ମନମୁଣ୍ଡା ଅବକାରୀ ଥାନାଧିକାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର