ରାଉରକେଲା: ଇସ୍ପାତ ସହରରେ ପୁଣି ଦେଶୀ ମଦ ମାଫିଆଙ୍କ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ନିୟମିତଭାବେ ସହରକୁ ମଦ ଚୋରାଚାଲାଣ ହେଉଛି। ଓଡ଼ିଶା ସୀମାନ୍ତ ବୀରମିତ୍ରପୁର, କୁଆରମୁଣ୍ଡା, ବିଶ୍ରା ଆଦି ଅଞ୍ଚଳରୁ ଦେଶୀ ମଦ ଅଣାଯାଉଛି।
ସିଧାସଳଖ ସହର ଭିତରକୁ ମଦ ଆଣିଲେ ଧରାପଡ଼ିଯିବାର ଆଶଙ୍କା ଥିବାରୁ, ଏହାକୁ ପ୍ରଥମେ ବ୍ରାହ୍ମଣୀତରଙ୍ଗ, ବେଦବ୍ୟାସ ଅଞ୍ଚଳରେ ଗଚ୍ଛିତ ରଖାଯାଉଛି।
ପରେ ସ୍କୁଟି, ସାଇକେଲ, ଅଟୋ ଆଦିରେ ରାଉରକେଲାର ବିଭିନ୍ନ ବସ୍ତି, ଢାବାକୁ ଯୋଗାଇ ଦିଆଯାଉଛି। ମାଫିଆଙ୍କ ଏହି ଶୈଳୀ ପୁରୁଣା ହୋଇଥିବା ସତ୍ତ୍ବେ ଅବକାରୀ ପୁଲିସ ସେମାନଙ୍କୁ କାବୁ କରିପାରୁନି।
ଏବେ ସହରସାରା ଦେଶୀ ମଦ କାରବାର ବଢ଼ିବାରେ ଲାଗିଛି। ସମାନ ଢଙ୍ଗରେ ରାଉରକେଲାକୁ ଦେଶୀ ମଦ ଚାଲାଣ କରିବାକୁ ଗଚ୍ଛିତ ରଖାଯାଇଥିଲା। ତେବେ ବ୍ରାହ୍ମଣୀତରଙ୍ଗ ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁ ଏହାକୁ ରୋକା ଯାଇପାରିଛି। ଦୁଇ ଦିନ ପୂର୍ବେ କୁଆରମୁଣ୍ଡା ରୋଡ୍ ଗୋପପାଲିରେ ଥିବା ଶ୍ରବଣ ହୋଟେଲ ପାଖରେ ଏକ ଦୋକାନରେ ଦେଶୀ ମଦ ଗଚ୍ଛିତ କରି ରଖାଯାଇଥିଲା।
ଅଧିକ ପଢ଼ନ୍ତୁ: ରାଇରଙ୍ଗପୁରରେ ଉପଖଣ୍ଡସ୍ତରୀୟ ଯୁଗ୍ମ ଜନ ଶୁଣାଣି
ମଦ ପାଉଚ୍ଗୁଡ଼ିକ ଏକ ବୋରାରେ ଭର୍ତ୍ତି କରାଯାଇଥିଲା। ବ୍ରାହ୍ମଣୀତରଙ୍ଗ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଏନେଇ ସୂଚନା ପାଇଥିଲା। ପରେ ଅତର୍କିତ ଚଢ଼ଉ କରିବାରୁ ଦୋକାନରୁ ୧୩,୬୦୦ଟି ପାଉଚ୍ (୨୭୨୦ ଲିଟର) ଜବତ ହୋଇଥିଲା। ପୁଲିସ ମଦ ଜବତ କରିଥିବାବେଳେ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପାଉଚ୍ଗୁଡ଼ିକୁ ସହର ଭିତରକୁ ଆଣି ବିକ୍ରି କରାଯିବାର ଯୋଜନା ରହିଥିବା ପୁଲିସ କହିଛି।
ଅଧିକ ପଢ଼ନ୍ତୁ: ମଣିପୁର ରାଜନୈତିକ ସଂକଟ, ବିଜେପି ବିଧାୟକଙ୍କୁ ଭେଟିଲେ ସଂବିତ ପାତ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/10/aL5yAX17uCjN7caG8pmB.jpeg)