ଏନ୍‌ଆଇଟିରେ ଫସିଛନ୍ତି ୧୩୭ ବିଦେଶୀ ଛାତ୍ରଛାତ୍ରୀ: ଆଫଗାନିସ୍ତାନର ସର୍ବାଧିକ, ଶ୍ରୀଲଙ୍କାର ୩୯

୧୩୮ ଜଣ ସାଙ୍ଗସାଥୀଙ୍କ ଘରେ, ହୋଟେଲରେ ରହୁଛନ୍ତି, ସ୍ବତନ୍ତ୍ର ବିମାନ ଯୋଗେ ଶ୍ରୀଲଙ୍କା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଶ୍ରୀଲଙ୍କା ସରକାରଙ୍କ ଆଲୋଚନା

ରାଉରକେଲା: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ପରେ ସବୁ ବର୍ଗର ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀ ବି ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏବେ ବି ସୁନ୍ଦରଗଡ଼ ଜିଲ୍ଲାର ଅନେକଗୁଡ଼ିଏ ଅନୁଷ୍ଟାନର ଛାତ୍ରଛାତ୍ରୀ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ସୂଚନା ମିଳୁଛି। ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)‌ରେ ଏବେ ବି ପ୍ରାୟ ଦେଢ଼ ଶହ ବିଦେଶୀ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଏତଦ୍‌ବ୍ୟତୀତ ଆହୁରି ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ହଷ୍ଟେଲ୍‌ ଛାଡ଼ି ବାହାରେ ସମ୍ପର୍କୀୟ, ସାଙ୍ଗସାଥୀଙ୍କ ଘରେ ଓ ହୋଟେଲରେ ରହୁଥିବା ଜଣାପଡ଼ିଛି। ଏନ୍‌ଆଇଟିରେ ଫସିରହିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଏନେଇ ଏନ୍‌ଆଇଟି କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କଲେ ନିଜ ପାଖରେ ସଂପୂର୍ଣ୍ଣ ତଥ୍ୟ ନ ଥିବା କହୁଛନ୍ତି, ଯାହା ଏକ ବିଡ଼ମ୍ବନା ବ୍ୟତୀତ ଅନ୍ୟ କିଛି ହୋଇନପାରେ।

ଏନ୍ଆଇଟିରେ ୨୦ଟି ବିଭାଗରେ ମୋଟ୍ ୬,୧୮୨ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୭୫ ଜଣ ହେଉଛନ୍ତି ବିଦେଶୀ ଛାତ୍ରଛାତ୍ରୀ। ଏମାନେ ଶ୍ରୀଲଙ୍କା, ସିଙ୍ଗାପୁର, ଭୁଟାନ, ସାଉଦିଆରବ, ମିଆଁମାର, ପାକିସ୍ତାନ, ଓମାନ, ଇରାନ, ନେପାଳ, କୋଙ୍ଗୋ, କୁଏତ, ମାଲ୍‌ଡିଭ୍‌, ୟୁଏଇ, ଆଫଗାନିସ୍ତାନ ଆଦି ଦେଶରୁ ଆସି ଏଠାରେ ପଢ଼ୁଛନ୍ତି। କରୋନା ସଂକ୍ରମଣ ବ୍ୟାପିବାପରେ ଗତ ମାର୍ଚ୍ଚ ୧୪ ତାରିଖରେ ହଷ୍ଟେଲ ଖାଲି କରିବାକୁ ଏନ୍ଆଇଟି କର୍ତ୍ତୃପକ୍ଷ ନିର୍ଦେଶ ଦେଇଥିଲେ। ମାର୍ଚ୍ଚ ୧୭ ତାରିଖ ମଧ୍ୟରାତ୍ରି ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ବିଦେଶୀ ଛାତ୍ରଙ୍କ ପାଇଁ ଏହା କୋହଳ କରାଯାଇଥିଲା। ବିଦେଶୀ ଛାତ୍ରଛାତ୍ରୀ ନିଜ ଦାୟିତ୍ବରେ ରହିପାରିବେ ବୋଲି ନିର୍ଦ୍ଦେଶ ହୋଇଥିଲା। ଏହାପରେ ଓଡ଼ିଶା ଓ ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀ ନିଜ ନିଜ ଘର ଅଭିମୁଖେ ବାହାରି ଯାଇଥିଲେ। ଏତେ କମ୍‌ ସମୟରେ ନିଜ ନିଜ ଦେଶକୁ ଫେରିବା କିନ୍ତୁ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭବ ହୋଇ ପାରିନଥିଲା। କରୋନା ସଂକ୍ରମଣ ବ୍ୟାପକ ହେଉଥିବା ଜାଣିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଥିଲେ। ସବୁ ଶିକ୍ଷାନୁଷ୍ଠାନକୁ ପ୍ରଥମେ ବନ୍ଦ କରାଯାଇଥିଲା। ଏଣୁ ଗତ ୨୩ ତାରିଖରୁ ଏନ୍‌ଆଇଟିରେ ସମସ୍ତ ଶିକ୍ଷାଦାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନୁଷ୍ଠାନର ଲାଇବ୍ରେରୀ ଓ ରେସ୍ତୋରାଁ ଆଦି ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏମିତିକି ଛାତ୍ରାବାସରେ ଥିବା ଛାତ୍ରଛାତ୍ରୀ କ‌ୌଣସି ପରିସ୍ଥିତିରେ ବାହାରକୁ ନ ବାହାରି କେବଳ ଛାତ୍ରାବାସ ଭିତରେ ରହିବାକୁ କୁହାଯାଇଥିଲା। ଏଣୁ ମାର୍ଚ୍ଚ ୧୪ରୁ ୨୩ ତାରିଖ ଭିତରେ ମୋଟ୍‌ ୨୭୫ ଜଣ ବିଦେଶୀ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ୧୩୮ ଜଣ ହଷ୍ଟେଲ ଛାଡ଼ି ନିଜ ନିଜ ବ୍ୟବସ୍ଥା କରିଥିଲେ। ସେମାନେ ସାଙ୍ଗସାଥୀ ଓ ସମ୍ପର୍କୀୟଙ୍କ ଘର ଓ ହୋଟେଲରେ ରହୁଛନ୍ତି।

ତେବେ ଏବେ ବି ଏନ୍‌ଆଇଟି ଭିତରେ ୧୩୭ ଜଣ ବିଦେଶୀ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। କ୍ୟାମ୍ପସ୍‌ରେ ଥିବା ସି.ଭି. ରମଣ ଛାତ୍ରୀନିବାସରେ ବିଦେଶୀ ଛାତ୍ରୀ ରହୁଥିବାବେଳେ ବିକ୍ରମ ସାରାଭାଇ ହଷ୍ଟେଲରେ ବିଦେଶୀ ଛାତ୍ର ରହୁଛନ୍ତି। ଏମାନଙ୍କପାଇଁ ଦୁଇଟି ପୃଥକ୍‌ ପୃଥକ୍‌ ମେସ୍‌ର ବ୍ୟବସ୍ଥା କରାଯାଇଛି। ତେବେ କ୍ୟାମ୍ପସ୍‌ ଭିତରେ ଥିବା ସବୁ ରେସ୍ତୋରାଁ ବନ୍ଦ ଥିବାରୁ ଖାଇବାରେ ସେମାନେ ଅନେକ ଅସୁବିଧା ଭୋଗୁଥିବା ଜଣାପଡ଼ିଛି। ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସର୍ବାଧିକ ଆଫଗାନିସ୍ତାନର ଥିବାବେଳେ ଦ୍ବିତୀୟ ସର୍ବାଧିକ ଶ୍ରୀଲଙ୍କାର ୩୯ ଜଣ ଅଛନ୍ତି। ଏଠାରେ ଫସିରହିଥିବା ଶ୍ରୀଲଙ୍କାର ସମସ୍ତ ୩୯ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ସେମାନଙ୍କର ଅଭିଭାବକମାନେ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନିବେଦନ କରିଥିବା ଜଣାପଡ଼ିଛି। ସ୍ବତନ୍ତ୍ର ବିମାନ ଯୋଗେ ଶ୍ରୀଲଙ୍କକାର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଶ୍ରୀଲଙ୍କା ସରକାର ଭାରତ ବୈଦେଶିକ ମନ୍ତ୍ରାଳୟ ସହ ଆଲୋଚନା କରୁଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ତେବେ ଲକ୍‌ଡାଉନ୍‌ ପାଇଁ ଏମାନଙ୍କୁ ଉଦ୍ଧାର କରିବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ।

ଏନ୍‌ଆଇଟିରେ ଫସିଛନ୍ତି ୧୩୭ ବିଦେଶୀ ଛାତ୍ରଛାତ୍ରୀ: ଆଫଗାନିସ୍ତାନର ସର୍ବାଧିକ, ଶ୍ରୀଲଙ୍କାର ୩୯, ୧୩୮ ଜଣ ସାଙ୍ଗସାଥୀଙ୍କ ଘରେ, ହୋଟେଲରେ ରହୁଛନ୍ତି
ସ୍ବତନ୍ତ୍ର ବିମାନ ଯୋଗେ ଶ୍ରୀଲଙ୍କା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଶ୍ରୀଲଙ୍କା ସରକାରଙ୍କ ଆଲୋଚନା

ସମ୍ବନ୍ଧିତ ଖବର