ମଣିପୁରରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ଆସି ପହଞ୍ଚିଲେ ୧୩୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ମଣିପୁରର ରାଜଧାନୀ ଇମ୍ଫାଲରୁ ଆଜି ଅପରାହ୍ନରେ ଏକ ସ୍ୱତନ୍ତ୍ର ବିମାନ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଆସି ପହଞ୍ଚିଛି। ଏହି ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ପ୍ରବାସୀ ଓଡ଼ିଆ ଆସିଛନ୍ତି। ପ୍ରବାସୀମାନଙ୍କର ମଧ୍ୟରେ ଶ୍ରମିକ ଓ ଛାତ୍ରଛାତ୍ରୀମାନେ ଅଛନ୍ତି। ଏମାନେ ସମସ୍ତେ କେନ୍ଦ୍ରାପଡ଼ା ଯିବେ। ଏହି ପ୍ରବାସୀମାନଙ୍କୁ ବସ୍‌ରେ କେନ୍ଦ୍ରାପଡ଼ା ନିଆଯିବ। ସେଠାରେ ସଂଗରୋଧ କେନ୍ଦ୍ରରେ ୧୪ ଦିନ ରଖାଯିବା ପରେ ଘରକୁ ଯିବା ପାଇଁ ଅନୁମତି ଦିଆଯିବ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଦେଶରେ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ୍‌ ଆରମ୍ଭ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀମାନେ ଫସି ଯାଇଛନ୍ତି। ପ୍ରବାସୀମାନେ ଘରକୁ ଆସିବାକୁ ଚାହୁଁଥିଲେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ ଅଥିବା ବିମାନ ସୁବିଧା ହୋଇ ନପାରିବାରୁ ଘରକୁ ଆସିପାରୁ ନାହାନ୍ତି। ମେ’ ମାସ ୧ ତାରିଖ ଠାରୁ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଓ ବନ୍ଦେ ଭାରତ ମିଶନ ଅଭିଯାନରେ ବିଦେଶରୁ ବିମାନ ଚଳାଚଳ ଆରମ୍ଭ ହେବା ପରେ ଧୀରେ ଧୀରେ ପ୍ରବାସୀମାନେ ଦେଶ-ବିଦେଶରୁ ଘରକୁ ଆସୁଛନ୍ତ।

ସମ୍ବନ୍ଧିତ ଖବର