ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପୁରୀ ଜିଲ୍ଲାରୁ ଆଜି ୧୩୯ଜଣ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରାରେ ପଠାଯାଇଛି। ଏହି ବରିଷ୍ଠ ନାଗରିକମାନେ ଚଳିତ ମାସ ୨୩ ତାରିଖରୁ ଋଷିକେଶ ଓ ହରିଦ୍ୱାର ପରିଭ୍ରମଣ କରି ଚଳିତ ମାସ ୨୮ ତାରିଖରେ ପୁରୀ ଫେରି ଆସିବାର କାର୍ଯ୍ୟକ୍ରମ ରହିଛି। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଯାତ୍ରାର ଶୁଭକାମନା ଜଣାଇଥିଲେ।
ତୀର୍ଥଯାତ୍ରାରେ ପୁରୀରୁ ୧୩୯ ବରିଷ୍ଠ ନାଗରିକ
/sambad/media/post_attachments/wp-content/uploads/2023/11/hfshfshfssfh.jpg)