୧୪ ପୁଲିସ କର୍ମଚାରୀ ପାଇବେ ରାଜ୍ୟପାଳ ପଦକ

ଭୁବନେଶ୍ୱର : ରାଜ୍ୟର ୧୪ ଜଣ ପୁଲିସ କର୍ମଚାରୀଙ୍କୁ ବର୍ଷ ୨୦୧୯ ନିମନ୍ତେ ରାଜ୍ୟପାଳ ପଦକ ପାଇଁ ଚୟନ କରାଯାଇଛି । କର୍ତ୍ତବ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି କର୍ମଚାରୀମାନଙ୍କୁ ଆସନ୍ତା ଜାନୁଆରି ୨୬ ତାରିଖରେ ରାଜ୍ୟପାଳ ଗଣେଶି ଲାଲ ପଦକ ପ୍ରଦାନ କରିବେ ।
ଏହି ପୁଲିସ କର୍ମଚାରୀ ମାନଙ୍କ ମଧ୍ୟରେ ଅଛନ୍ତି ଆଇପିଏସ ବିନୟତୋଶ ମିଶ୍ର, ଆଇପିଏସ ରେଖା ଲୋହାନି, ଆଇପିଏସ ଡଃ ଉମା ଶଙ୍କର ଦାଶ,ଆଇପିଏସ ଅଖିଳେଶ୍ୱର ସିଂ ।

ପଦକ ପାଇବାକୁ ଥିବା ଅନ୍ୟ ପୁଲିସ କର୍ମଚାରୀ ହେଲେ ସରୋଜ କୁମାର ସାମଲ, ହରିବନ୍ଧୁ ଭତ୍ରା, ପ୍ରନିତ କୁମାର ରାୟ,ସୁଭାଷ ଚନ୍ଦ୍ର ନାୟକ,ବୁଦ୍ଧି ବାହାଦୂର ଥାପା, ବୁଦ୍ଧ ସିଂ ଗୁରୁଙ୍ଗ,ସେରୋାଜ କୁମାର ଭୋଇ, ରଥ ଲାକ୍ରା, ପ୍ରତିମା ରାଉତ ଓ ସୁଶାନ୍ତ କୁମାର ମାଝି । ଆଇନ ଶୃଙ୍ଖଳା ରକ୍ଷା, ସତର୍କତା ଓ ଅନ୍ୟାନ୍ୟ ପୁଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସରକାର ଏମାନଙ୍କ ନାମ ରାଜ୍ୟପାଳ ପଦକ ପାଇଁ ସୁପାରିଶ କରିଛନ୍ତି ।

ସମ୍ବନ୍ଧିତ ଖବର

Comments are closed.