ଭୁବନେଶ୍ୱରରୁ ଚିହ୍ନଟ ନୂଆ ୧୪ କରୋନା ପଜିଟିଭଙ୍କ ମଧ୍ୟରେ ୨ ଶିଶୁ, ବର୍ଷକର ଝିଅ ଓ ୭ବର୍ଷର ବାଳକ ସଂକ୍ରମିତ

ସୁସ୍ଥ ହେଲେ ୨୯ କରୋନା ରୋଗୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣା ପଡିଛି | ଏହା ସହ ୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ସବୁଠାରୁ ବଡ କଥା ହେଲା ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି | ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି | ଏ ନେଇ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି | ତେବେ ନୂତନ ସୁସ୍ଥ ଏବଂ ସଂକ୍ରମଣ ସଂଖ୍ୟାକୁ ମିଶାଇ ରାଜଧାନୀରେ ଏବେ ମୋଟ ୭୧୮ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି | ୩୫୬ଜଣ ସୁସ୍ଥ ହୋଇଥିବା ବେଳେ ୩୫୩ଟି ସକ୍ରିୟ ମାମଲା ରହିଛି | ଏହା ସହ କରୋନା ଆକ୍ରାନ୍ତ ହୋଇ ୮ଜଣ ମୃତ୍ୟୁବରଣ କରିଛନ୍ତି |

ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୧୦ଜଣଙ୍କ ମଧ୍ୟରେ କାନନ ବିହାରର ଫେଜ-୨ରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ନୟାପଲ୍ଲୀ ନିକଟସ୍ଥ ମହିମା ଢ଼ାବା ନିକଟରୁ ଜଣେ, ଆଇଆରସି ଭିଲେଜର ଏନ-୧ରୁ ଜଣେ, ଗଙ୍ଗନଗରରୁ ଜଣେ, ୟୁନିଟ-୮ର ଡିଏଭି ପବ୍ଲିକ ସ୍କୁଲ ନିକଟରୁ ଜଣେ, ୟୁନିଟ-୬ରେ ରାଧାକ୍ରିଷ୍ଣ ତଳ ବସ୍ତିରୁ ଜଣେ, ୟୁନିଟ-୯ର ରୋଡ ନମ୍ବର-୮ରୁ ଜଣେ, ପାତ୍ରପଡାରୁ ଜଣେ ଏବଂ ଘରୋଇ ହସ୍ପିଟାଲରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | କାନନ ବିହାରର ଫେଜ-୨ ଏବଂ ବମିଖାଲର ଜୟଦୁର୍ଗା ନଗରରୁ ଚିହ୍ନଟ ଆକ୍ରାନ୍ତ ଘରୋଇ ଡାକ୍ତରଖାନାକୁ ଯାଇ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି |

ସେହିଭଳି ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ୪ଜଣଙ୍କ ମଧ୍ୟରେ ଘରୋଇ ହସ୍ପିଟାଲରୁ ଜଣେ, ୟୁନିଟ୬ରୁ ଜଣେ ଏବଂ ୟୁନିଟ-୫ର କେଶରୀନଗର ବସ୍ତିରୁ ଗୋଟିଏ ପରିବାରରୁ ଦୁଇ ଜଣ ଚିହ୍ନଟ ହୋଇଛନ୍ତି | ଏହି ୪ କରୋନା ଆକ୍ରାନ୍ତ ପୂର୍ବ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି |

ସୁସ୍ଥ ହୋଇଥିବା ୨୯ଜଣଙ୍କ ମଧ୍ୟରେ ସୁନ୍ଦରପଦାରୁ ଜଣେ, ସୁନ୍ଦରପଦାର ଅଭିରାମ ବସ୍ତିରୁ ଜଣେ, ୟୁନିଟ-୮ର ଡେ଼ଲ୍ଟାରୁ ଜଣେ, ବାପୁଜୀ ନଗରରୁ ଜଣେ, ସାମନ୍ତରାପୁରରୁ ୨ଜଣ, ବମିଖାଲ କେନାଲ ରୋଡ଼ରୁ ଜଣେ, ଜାଗମରାର କ୍ରିଷ୍ଣା ଗାର୍ଡେନ ନିକଟରୁ ଜଣେ, ଜାଗମରାର ମଲ୍ଲିକ କମ୍ପ୍ଲେକ୍ସରୁ ଜଣେ, ଖଣ୍ଡଗିରିର ତୃପ୍ତି ରେସିଡେନ୍ସିରୁ ଜଣେ, ଅନ୍ୟ ଜିଲ୍ଲାରୁ ଆସିଥିବା ୨ଜଣ, ଲଷ୍ମୀସାଗରର ଓଲଡ଼ ପୋଷ୍ଟ ଅଫିସ ନିକଟରୁ ଜଣେ, କଳିଙ୍ଗ ବିହାରର ଟ୍ରାଇଡେଣ୍ଟ କମ୍ପ୍ଲେକ୍ସରୁ ଜଣେ, ମଞ୍ଚେଶ୍ୱରର ୟୁପି ସ୍କୁଲ ନିକଟରୁ ଜଣେ, ଓଲଡ଼ ଟାଉନର ମହତାବ ରୋଡ଼ରୁ ଜଣେ, ବରମୁଣ୍ଡାର ବିଡିଏ କଲୋନୀରୁ ଜଣେ, ଟଙ୍କପାଣି ରୋଡ଼ର ରାଜାରାଣୀ ମନ୍ଦିର ନିକଟରୁ ଜଣେ, ସତ୍ୟନଗରର ସିଡିଓ କମ୍ପ୍ଲେକ୍ସରୁ ଜଣେ, ସତ୍ୟନଗରରୁ ଜଣେ, ଟଙ୍କପାଣି ରୋଡ଼ର ଚିଲି ପୋଖରୀରୁ ୨ଜଣ, ମଞ୍ଚେଶ୍ୱରର ପ୍ରତିଦିନ ନିଉଜ ଅଫିସ ନିକଟରୁ ୩ଜଣ, ସହିଦନଗରର ୭-୧୧ରେସ୍ତୋରାଁ ନିକଟରୁ ଜଣେ, ଡୁମୁଡୁମା ଶୁକ ବିହାର ବସ୍ତିରୁ ଜଣେ ଏବଂ ଅଶୋକ ନଗରରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧିତ ଖବର