କଂଟାବାଞ୍ଜିରୁ ୧୪ ଦାଦନ ଶ୍ରମିକ ଉଦ୍ଧାର, ସର୍ଦ୍ଦାର ଫେରାର୍

କଂଟାବାଞ୍ଜି : ରାଜ୍ୟ ବାହାରକୁ ଚାଲାଣ କାରାଯାଉଥିବା ୧୪ ଜଣ ଦାଦନ ଶ୍ରମିକଙ୍କୁ ଗୁରୁବାର ଦିନ ୨ଟାରେ କଂଟାବାଞ୍ଜି ଥାନା ପୁଲିସ ଉଦ୍ଧାର କରିଛି।

ପୁଲିସ ସୂତ୍ରର ପ୍ରକାଶ ଯେ ବେଲପଡ଼ା ଥାନା ମୁଣ୍ଡାଗାଁର ଦାଦନ ସର୍ଦ୍ଦାର ଶିଶୁପାଳ ମହାନନ୍ଦ ଉକ୍ତ ଶ୍ରମିକମାନଙ୍କୁ ତେଲେଙ୍ଗାନା ପଠାଇବାକୁ ଯୋଜନା କରୁଥିଲା। ଏଥିପାଇଁ ସେମାନଙ୍କୁ କଂଟାବାଞ୍ଜି ଆଶ୍ରମପଡ଼ାରେ ଏକ ଗଛମୂଳେ ରଖିଥିଲା। କୌଣସି ମତେ କଂଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାନ୍ଦଲକେଲ ଖବର ପାଇ ସେଠାରେ ଚଢ଼ଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। ଥାନାରେ ପଚରାଉଚୁରା ପରେ ଶ୍ରମିକମାନେ ସଇନ୍ତଳା ଥାନା ଅନ୍ତର୍ଗତ କୁମ୍ଭାରୀ ଓ ତୁଷୁରା ଥାନା ଅନ୍ତର୍ଗତ ଗୁଡ଼ଭେଲା ଗାଁର ବୋଲି ଜଣାପଡ଼ିଥିଲା। ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଗାଁକୁ ପୁଲିସ ସହାୟତାରେ ପଠାଇଦିଆଯାଇଥିଲା। ତଦନ୍ତକାରୀ ଅଧିକାରୀ ସବିତା ସେଠୀ ଏକ ମାମଲା ରୁଜୁକରି ଅଧିକ ତଦନ୍ତ କରୁଛନ୍ତି। ଦାଦନ ସର୍ଦ୍ଦାର ଶିଶୁପାଳ ଫେରାର୍‌ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର