କୁକୁଡ଼ାଖଣ୍ଡି : କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ସାତପହଣ୍ଡିରେ ପାଞ୍ଚଦିନ ହେଲା ୧୪ଟିକିଆ ହାତୀପଲ ମାତିଛନ୍ତି। ସଂଜ ନଇଁବା ମାତ୍ରେ ଧାନ ଖାଇବାକୁ କ୍ଷେତରେ ପଶି ବ୍ୟାପକ ନଷ୍ଟ କରୁଥିବାରୁ ଚାଷୀ ଓ ଜନସାଧାରଣଙ୍କ ମହଲରେ ଆତଙ୍କ ଖେଳିଯାଇଛି। ହାତୀପଲ ଘଉଡ଼ାଇବା ଦିଗରେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକେ ହାତୀଙ୍କୁ ଘଉଡ଼ାଇବାକୁ ଅଣ୍ଟା ଭିଡ଼ିଛନ୍ତି। ତେବେ ଫସଲ ନଷ୍ଟ ହେଉଥିବାରୁ ଚାଷୀ ମୁଣ୍ଡରେ ଭାଳେଣି ପଡ଼ିଛି। ରାତି ଅନିଦ୍ରା ହୋଇ ଧାନ ଫସଲ ଜଗି ରହୁଥିଲେ ସୁଦ୍ଧା ହାତୀଙ୍କ କବଳରୁ ବଞ୍ଚାଇବାକୁ ସକ୍ଷମ ହୋଇପାରୁନାହାନ୍ତି।
ସାତପହଣ୍ତିରେ ମାତିଛନ୍ତି ୧୪ଟିକିଆ ବଣୁଆ ହାତୀ
/sambad/media/post_attachments/wp-content/uploads/2021/01/elephant-bk-ganjam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)