ବିଶ୍ବ ରେକର୍ଡ ପାଇଁ ୧୪ ଫୁଟ୍‌ର ରାକ୍ଷୀ

ବୌଦ୍ଧ : ପୂର୍ବରୁ ଆନ୍ଧ୍ରପ୍ରଦେଶର ଭୀମଭରମଠାରେ ଥିବା ଏକ ଇଂଜିନିଅରିଂ କଲେଜ ୧୨ ଫୁଟର ରାକ୍ଷୀ ତିଆରି କରି ବିଶ୍ବ ରେକର୍ଡ କରିଥିଲା। ବୌଦ୍ଧ ପଞ୍ଚାୟତ କଲେଜ ୧୪ ଫୁଟର ରାକ୍ଷୀ ତିଆରି କରି ସେହି ରେକର୍ଡକୁ ଅତିକ୍ରମ କରିଛି। ରବିବାର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଉକ୍ତ ରାକ୍ଷୀକୁ କଲେଜ ପରିସରରେ ଥିବା ଏକ ବିରାଟକାୟ ବୃକ୍ଷରେ ବନ୍ଧା ଯାଇଛି। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାକ୍ଷୀ ବାନ୍ଧିଥିଲେ ।

ଅହମଦାବାଦର ୱାର୍ଲଡ ରେକର୍ଡ ଇଣ୍ଡିଆ ସଂସ୍ଥାର ସ୍ବୀକୃତିକ୍ରମେ ବୌଦ୍ଧ ପଞ୍ଚାୟତ କଲେଜର ଯୁବ ରେଡକ୍ରସ, ଇକୋ କ୍ଲବ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ବାରା ରାକ୍ଷୀ ନିର୍ମାଣରେ ଅଧ୍ୟାପକ ପ୍ରବୀର ଦାସ ନେତୃତ୍ବ ନେଇଥିଲେ। ବାଉଁଶ, କାଗଜ ପେଟି, ସୁତୁଲି, ଡ୍ରଇଂ କାଗଜ, ରଙ୍ଗ, ମଇଦା ଅଠା, କାଗଜ ପ୍ଲେଟ ଓ କଦମ୍ବ ପତ୍ରରେ ତିଆରି ହୋଇଥିବା ରାକ୍ଷୀରେ ୯ ଶହ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି। ସରସରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ ସାହୁଙ୍କ ସହ କଲେଜର ଛାତ୍ରଛାତ୍ରୀ, ଯୁବ ରେଡ୍‌କ୍ରସ ସ୍ବେଚ୍ଛାସେବୀ, ସରସରା ସ୍କୁଲର ଛାତ୍ରଛାତ୍ରୀ ରାକ୍ଷୀ ତିଆରିରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର