ସୁକମାରେ ୧୪ ନକ୍ସଲ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲା ପୁଲିସ ୧୪ନକ୍ସଲଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଏବଂ ସିଆରପିଏଫ ଯବାନ ଜିଲ୍ଲାର ବିଭିନ୍ନ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ତେବେ ଆଜି ଚିନ୍ତଲନାର ଅଂଚଳରୁ ୫ ଜଣ ନକ୍ସଲ, ଚିନ୍ତାଗୁମ୍ଫା ଅଂଚଳରୁ ୫ ଜଣ ଏବଂ ଛିନ୍ଦଗଡ ଅଂଚଳରୁ ୪ ଜଣ ନକ୍ସଲକୁ ଗିରଫ କରାଯାଇଛି।

ସେମାନେ ହେଲେ ଡିକେଏମଏସ ସଦସ୍ୟ ମାଡକମ ନଙ୍ଗା(୩୫), ମାଡବୀ ହାନ୍ଦା(୪୫), ମାଡକାମ ସୁଲା(୨୯), ମାଡକାମୀ କୋସା(୪୦), ମାଡବୀ ଗୁଡ୍ଡୁ(୨୪), ପଡିଆମି ବଣ୍ଡି(୩୫), ସିଏନଏମ ସଦସ୍ୟ ସୋଡି ସନ୍ନା(୧୯) ଓ ଦୁଧି ସୁକ୍କା(୨୬), ମିଲିସିଆ ସଦସ୍ୟ ଦିରଦୋ ଏରା(୩୫), ସୋଡି ଆୟତା(୨୧), ମୁଚାକି ଦେବା(୪୦), ପଞ୍ଚାୟତ କମିଟି ଅଧ୍ୟକ୍ଷ ସୋଡି ମାସା(୨୬)।

ଗିରଫ ହୋଇଥିବା ନକ୍ସଲମାନେ ବିକମପାଲୀ, ଚିନ୍ନାବୋଡକେଲ ଅଂଚଳରେ ପୁଲିସ ପାର୍ଟି ଉପରେ ଆକ୍ରମଣ କରିବା, କରିଗୁଣ୍ଡମ ଗ୍ରାମରେ ଦେବା ମଡକମ ଓ ମାଡକମ ବାମୁନଙ୍କ ଘରେ ଲୁଟପାଟ କରିବା, ଜଂଗଲରେ ଜଣଙ୍କୁ ଆକ୍ରମଣ କରିବା, ଚିନ୍ତାଗୁମ୍ଫା ଏବଂ ବୁରକାପାଲ ଅଂଚଳରେ ପୁଲିସ ଉପରେ ଗୁଳି ଚଳାଇବା ଘଟଣାରେ ସାମିଲ ଥିବା ଜଣାପଡିଛି। ଏଥିସହ ବହୁ ହତ୍ୟାରେ ମଧ୍ୟ ଏମାନେ ଜଡିତ ଥିବା ସୁକମା ପୁଲିସ କହିଛି। ଏମାନଙ୍କୁ ଗିରଫ ପରେ ପଚରା ଉଚରା କରି କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର