ବିଜେଡିର ୧୪ ନୂଆ କର୍ମକର୍ତ୍ତା

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ ବିଜୁ ଜନତା ଦଳ ପକ୍ଷରୁ ୧୪ ଜଣ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। ୩ ଜଣ ବରିଷ୍ଠ ସାଧାରଣ ସମ୍ପାଦକ, ୪ ଜଣ ସାଧାରଣ ସମ୍ପାଦକ ଓ ୭ ଜଣ ସମ୍ପାଦକଙ୍କୁ ନିଯୁକ୍ତି ମିଳିଛି। ଗତ କିଛି ମାସ ମଧ୍ୟରେ କଂଗ୍ରେସ ଓ ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ପ୍ରମୁଖ ନେତାମାନେ ଏହି ତାଲିକାରେ ରହିଛନ୍ତି। ସେମାନଙ୍କୁ ଦଳର ରାଜ୍ୟ କମିଟିରେ ନିଯୁକ୍ତି ଦିଆଯାଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି।

ନବନିଯୁକ୍ତ ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଢେଙ୍କାନାଳ ସାଂସଦ ମହେଶ ସାହୁ, କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ମାଝୀ ଓ ପ୍ରଫୁଲ୍ଲ ମାଝୀ। ସାଧାରଣ ସମ୍ପାଦକମାନେ ହେଲେ ଅଭିନେତା ଅରିନ୍ଦମ ରାୟ, ଧନୁର୍ଜୟ ସିଦ୍ଧୁ(କେନ୍ଦୁଝର), ଚନ୍ଦ୍ରଶେଖର ମାଝୀ ଓ କୈଳାସ କୁଲେସିକା(କୋରାପୁଟ)। ସମ୍ପାଦକମାନେ ହେଲେ ବିଶ୍ବରଞ୍ଜନ ମଲ୍ଲିକ ଓ ରମେଶ ଚନ୍ଦ୍ର ପରିଡ଼ା(ଯାଜପୁର), ପ୍ରଦୀପ ସାହୁ(ଖୋର୍ଦ୍ଧା), ଦିଲ୍ଲୀପ କୁମାର ସାହୁ, ସୁନିଲ କୁମାର ଦାସ ଓ ମହେଶ ହେମ୍ବ୍ରମ୍‌(ମୟୂରଭଞ୍ଜ) ଏବଂ ପ୍ରିୟବ୍ରତ ସାମନ୍ତରାୟ(ପୁରୀ)।

ସମ୍ବନ୍ଧିତ ଖବର