ଭୁବନେଶ୍ବର : ଭଦ୍ରକ ଜିଲ୍ଲାର ଧାମରା ବନ୍ଦରଠାରେ ଏକ ନୂଆ ଇମିଗ୍ରେସନ୍ ଚେକ୍ ପୋଷ୍ଟ ନିମନ୍ତେ ୧୪ଟି ପୁଲିସ ପଦବି ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂଆ ପଦବିଗୁଡ଼ିକୁ ଅନୁମୋଦନ କରିଛନ୍ତି। ଏଥିରେ ଦୁଇଟି ଇନ୍ସ୍ପେକ୍ଟର, ୮ଟି ସବ୍ ଇନ୍ସ୍ପେକ୍ଟର ଓ ୪ଟି କନେଷ୍ଟବଳ ପଦବି ରହିଛି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଇମିଗ୍ରେସନ୍ କେନ୍ଦ୍ର ରୂପେ ଘୋଷଣା କରାଯିବା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି।
ଧାମରା ବନ୍ଦରରେ ଇମିଗ୍ରେସନ୍ ଚେକ୍ ପୋଷ୍ଟ ପାଇଁ ୧୪ ପଦବି
/sambad/media/post_attachments/wp-content/uploads/2021/09/dhamara.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)