୧୪ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୧୪ ହଜାରରୁ ଅଧିକ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | କରୋନା ଗ୍ରାଫ ବଢିବା ସଙ୍ଗେସଙ୍ଗେ ମାତ୍ର ୧୪ ଦିନରେ ୧୪ ହଜାର ଉପରକୁ ଟପିଛି ସଂକ୍ରମିତଙ୍କ ସଂଖ୍ୟା | ଗତ ଏପ୍ରିଲ ୧ ତାରିଖରେ ୩୯୪ ଜଣ, ୨ ତାରିଖରେ ୪୬୧ଜଣ, ୩ ତାରିଖରେ ୪୫୨ଜଣ, ୪ ତାରିଖରେ ୪୭୧ ଜଣ, ୫ ତାରିଖରେ ୫୭୩ ଜଣ, ୬ ତାରିଖରେ ୫୮୮ ଜଣ, ୭ ତାରିଖରେ ୭୯୧ ଜଣ, ୮ ତାରିଖରେ ୮୭୯ ଜଣ, ୯ ତାରିଖରେ ୧୨୮୨ଜଣ, ୧୦ ତାରିଖରେ ୧୩୭୪ଜଣ, ୧୧ ତାରିଖରେ ୧୩୭୯ଜଣ, ୧୨ ତାରିଖରେ ୧୭୪୧ଜଣ, ୧୩ ତାରିଖରେ ୧୭୮୪ଜଣ ଓ ଆଜି ଅର୍ଥାତ ୧୪ ତାରିଖରେ ୨୨୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ଆଉ ଏହି ସବୁ ସଂଖ୍ୟାକୁ ମିଶାଇଲେ ୧୪ ଦିନ ଭିତରେ ସର୍ବମୋଟ ୧୪,୪୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ତେବେ ମଙ୍ଗଳବାର ଦିନ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଥିଲେ ଯେ କୋଭିଡ୍ ସଂଖ୍ୟା ରାଜ୍ୟରେ ବଢୁଛି | ରାପିଡ ଗ୍ରୋଥ ହୋଇଛି, ମାତ୍ର ବ୍ୟସ୍ତ ହେବାର କିଛି ନାହିଁ | ଗତ ଥର ଯେଉଁ ପଜିଟିଭ ସଂଖ୍ୟା ୬ ମାସରେ ବଢିଥିଲା ତାହା ଏଥର ୬ ସପ୍ତାହରେ ବଢିଛି |

ମାତ୍ର ଆମେ ଟେଷ୍ଟି ଟ୍ରାକିଂ ଏବଂ ଟ୍ରେସିଂ ଉପରେ ଗୁରୁତ୍ୱ ଦେଉଛୁ | ପ୍ରତି ବ୍ଲକରେ ଆରଆରଟି କରାଯାଉଛି | କଣ୍ଟେନମେଣ୍ଟ ଜୋନ୍ ରେ ମଧ୍ୟ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି | ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ ଷ୍ଟ୍ରେନ୍ ପାଇଁ ସଂଖ୍ୟା ବଢୁଛି ତାହା ସ୍ପଷ୍ଟ ହୋଇନାହିଁ | ଓଡିଶାରେ ବର୍ତ୍ତମାନ ୯୦ ପ୍ରତିଶତରୁ ଅଧିକ ଲୋକ ହୋମ୍ ଆଇସୋଲେସନରେ ରହିପାରିବା ଭଳି ସ୍ଥିତିରେ ଅଛନ୍ତି |

ସମ୍ବନ୍ଧିତ ଖବର