ପୁରୀ: ପୁରୀ ରେଳ ଷ୍ଟେସନ୍ର ନବୀକରଣ ଚାଲିଛି। ଷ୍ଟେସନ୍ ପରିସରରେ ଥିବା ରେଳଧାରଣାକୁ କଂକ୍ରିଟ୍ଯୁକ୍ତ କରାଯିବାକୁ ଯୋଜନା ହୋଇଛି। ଅର୍ଥାତ୍ ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ। ଏହା ସହିତ ୭ ନମ୍ବର ଓ ୮ ନମ୍ବର ପ୍ଲାଟ୍ଫର୍ମର ଉନ୍ନତୀକରଣ ହେବ। ସେଥିପାଇଁ ଚଳିତ ମାସ ୧୧ ତାରିଖରୁ ମେ ୧୬ ପର୍ଯ୍ୟନ୍ତ ରେଳସେବା ପ୍ରଭାବିତ ହେବ। ଏହି ୬୫ ଦିନ ପର୍ଯ୍ୟନ୍ତ ୧୪ଟି ଟ୍ରେନ୍ ପୁରୀ ଆସିବ ନାହିଁ। ଟ୍ରେନ୍ଗୁଡ଼ିକ ସାକ୍ଷୀଗୋପାଳ, ମାଳତିପାଟପୁର ଓ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ। ସେ ପର୍ଯ୍ୟନ୍ତ ଯିବାଆସିବା ପାଇଁ ବସ୍ ବ୍ୟବସ୍ଥା ହେବ। ଟ୍ରେନ୍ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ୍ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ତେବେ ଏହି ୧୪ ଟ୍ରେନ୍ ବ୍ୟତୀତ ପୁରୀ-କଟକ ମେମୁ ସହ ଅନ୍ୟ ସମସ୍ତ ଟ୍ରେନ୍ ପୁରୀ ଆସିବ।
ରେଳଷ୍ଟେସନ୍ର ଉନ୍ନତୀକରଣ ପାଇଁ ପ୍ରଭାବିତ ହେବ ରେଳସେବା
ମାଳତିପାଟପୁର, ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା
ମାଳତିପାଟପୁର, ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ ଯାତ୍ରୀଙ୍କ ପାଇଁ ବସ୍ ବ୍ୟବସ୍ଥା
ସାକ୍ଷୀଗୋପାଳ ପର୍ଯ୍ୟନ୍ତ ୭ଟି ଟ୍ରେନ୍ ଆସିବ ଓ ଛାଡ଼ିବ। ସେଗୁଡ଼ିକ ହେଲା ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସ୍, କାମାକ୍ଷା-ପୁରୀ ଏକ୍ସପ୍ରେସ୍, ତିରୁପତି-ପୁରୀ ଏକ୍ସପ୍ରେସ୍, ଦୂରନ୍ତ ଏକ୍ସପ୍ରେସ୍, ଭାଲସାଡ୍-ପୁରୀ ଓ ସମ୍ବଲପୁର ଇଣ୍ଟରସିଟି। ଯେଉଁ ସବୁ ଦିନମାନଙ୍କରେ ଏହି ଟ୍ରେନ୍ ପୁରୀ ଆସୁଥିଲା ସେହି ଦିନରେ ଏ ସବୁ ସାକ୍ଷୀଗୋପାଳରୁ ଛାଡ଼ିବ। ବୀରପୁରୁଷୋତ୍ତମପୁର ଷ୍ଟେସନ ପର୍ଯ୍ୟନ୍ତ ଆସିବା ଏବଂ ଛାଡ଼ିବାକୁ ଥିବା ଟ୍ରେନ୍ ମଧ୍ୟରେ ଇନ୍ଦୋର-ପୁରୀ, ଶ୍ରୀଗଙ୍ଗାନଗର-ପୁରୀ, କାମାକ୍ଷା-ପୁରୀ, ଜଳେଶ୍ବର-ପୁରୀ ମେମୁ ଟ୍ରେନ୍ ରହିଛି। ସେହିଭଳି ରାଉରକେଲା-ପୁରୀ ଏକ୍ସପ୍ରେସ୍ ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍ ୧ରୁ ୩୦ ଓ ମେ ୧ରୁ ୧୫ ତାରିଖ ଯାଏଁ ଖୋର୍ଦ୍ଧାରୋଡ୍ ଷ୍ଟେସନ ପର୍ଯ୍ୟନ୍ତ ଆସିବ।
ତାଳଚେର-ପୁରୀ ମେମୁ ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍ ୧ରୁ ୩୦ ଓ ମେ ୧ରୁ ୧୫ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ଷ୍ଟେସନ ଆସିବ ଏବଂ ଉପରୋକ୍ତ ଦିନମାନଙ୍କରେ ଏଠାରୁ ହିଁ ଛାଡ଼ିବ। ମାର୍ଚ୍ଚ ୧୫ରୁ ୩୧, ଏପ୍ରିଲ୍ ୧ରୁ ୩୦ ଓ ମେ ୧ରୁ ୧୫ ଯାଏଁ ହାଓଡ଼ା-ପୁରୀ ଏକ୍ସପ୍ରେସ୍ ମାଳତିପାଟପୁର ପର୍ଯ୍ୟନ୍ତ ଆସିବ ଏବଂ ପୁରୀ-ହାଓଡ଼ା ଏକ୍ସପ୍ରେସ୍ ଏହି ଦିନଗୁଡ଼ିକରେ ମାଳତିପାଟପୁରରୁ ଛାଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/23/g3mkdjswaaexc0y-2025-10-23-10-04-16.jpg)