କଟକ : ଜୀବନ ହେଉ ଅବା ମୃତ୍ୟୁ... ସବୁ କିଛି ଈଶ୍ବରଙ୍କ ନିର୍ଦ୍ଦେଶରେ ହୋଇଥାଏ। ତାଙ୍କ ଇଛାରେ ଆସନ୍ନ ମୃତ୍ୟୁ ବି ବାଟକାଟି ପଳାଇଥାଏ। ଲୀଳାମୟଙ୍କ ଲୀଳା ଖେଳର ଏମିତି ଏକ ନମୁନା ଆଜି ଦେଖିବାକୁ ମିଳିଛି। ଜୀବନ ଏବଂ ଆସନ୍ନ ମୃତ୍ୟୁ ଲଢେଇରେ ଜଣେ ନାବାଳକ ସୁରକ୍ଷିତ ଭାବେ ଚଳନ୍ତା ଟ୍ରେନ ଏବଂ ପ୍ଲାଟଫର୍ମ ମଧ୍ୟରୁ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି କଟକର ପ୍ରବେଶ ଦ୍ବାର କୁହାଯାଉଥିବା ମଧୁପାଟଣା ନିକଟସ୍ଥ କାଠଯୋଡି ପାସେଞ୍ଜର ହଲଟ୍ ଠାରେ। ସମୟ ଥିଲା ସଂଧ୍ୟା ୭ଟା ୧୫ ମିନିଟ୍। ପୂବର୍ତଟ ରେଳବାଇର ସମୟ ସାରଣୀ ଅନୁଯାୟୀ ଷ୍ଟେସନର ଏକ ନମ୍ବର ପ୍ଲାଟଫର୍ମରେ ଆସି ଲାଗିଥିଲା ପୁରୀ-ତାଳଚେର ପାସେଞ୍ଜର ଟ୍ରେନ। ୧୨ଟି ବଗି ବିଶିଷ୍ଟ ଏହି ଟ୍ରେନରେ ଥିଲା ଯାତ୍ରୀଙ୍କ ଖଚା ଖଚ ଭିଢ। ମାତ୍ର ଏକ ମିନିଟ୍ ପାଇଁ ଗାଡି ଅଟକିଥିଲା ଏହି ପାସେଞ୍ଜର ହଲଟ୍ରେ। ତେବେ ଗାଡି ଛାଡିବାକୁ କିଛି ସମୟ ବାକି ଥିବା ବେଳେ ମଧ୍ୟ ଭାଗରେ ବସିଥିବା ଜଣେ ନାବାଳକ (ବୟସ ୧୪) ଗାଡିରୁ ଓହ୍ଲାଉ ଥିବା ବେଳେ ହଠାତ ତଳକୁ ଖସି ପଡିଥିଲେ। ଏକ ନମ୍ବର ପ୍ଲାଟଫର୍ମର ପୂବର୍ପଟ ଉଚ୍ଚା ପ୍ଲାଟଫର୍ମ ଏବଂ ଟ୍ରେନ ମଧ୍ୟରେ ଗଳି ପଡି ଧାରଣା ନିକଟରେ ରହିଯାଇଥିଲେ। ଯାତ୍ରୀମାନେ ହୋହାଲ୍ଲା କରୁଥିବା ବେଳେ ଟ୍ରେନଟି ଆଗକୁ ଗଡି ଚାଲିଲା। ପାଖାପାଖି ୭ଟି ବଗି ଅତିକ୍ରମ କରୁଥିବା ବେଳେ ନାବାଳକଟି ସେହିପରି ସ୍ଥିର ହୋଇ ଟ୍ରାକ୍ କଡରେ ପଡି ରହିଥିଲା। ଟ୍ରେନ ଗଲାପରେ ତାଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯାତ୍ରୀମାନେ ଏନେଇ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଇବା ସହ ନାବାଳକଟିକୁ ଘରକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଉଦ୍ଧାର ହୋଇଥିବା ନାବାଳକର ନାମ ସରୋଜ କୁମାର ସାହୁ ଏବଂ ଘର ଢେଙ୍କାନାଳ ବୋଲି ଜଣା ପଡିଛି।
ଜୀବନ-ମୁତ୍ୟୁ ଲଢେଇର କେଇ ମିନିଟ୍, ଚଳନ୍ତା ଟ୍ରେନ- ପ୍ଲାଟଫର୍ମ ମଝିରୁ ଉଦ୍ଧାର ହେଲେ ନାବାଳକ
/sambad/media/post_attachments/wp-content/uploads/2019/05/ktk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)