ଭଦ୍ରକରେ ୧୪୦ ଛୁଇଁଲା କରୋନା ଆକ୍ରାନ୍ତ, ଆଜି ନୂଆ ୪ ଆକ୍ରାନ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ପୁଣି ନୂଆ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ କଟକ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ଆଜି ସୁଦ୍ଧା ୧୪୦ ରେ ପହଞ୍ଚିଛି। ଜିଲ୍ଲାରେ ୧୦୬ ଜଣ ସୁସ୍ଥ ହୋଇଥିବା ବେଳେ ୩୪ ଜଣ ଆକ୍ରାନ୍ତ ମେଡିକାଲରେ ଚିକିତ୍ସିତ ହୋଉଛନ୍ତି।

ସେହିପରି ଭଦ୍ରକ ରେଡ୍‌ ଜୋନରେ ରହିଥିବା ବେଳେ ଦିନକୁ ଦିନ ଏଠାରେ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ସୁଦ୍ଧାକୁ ଜିଲ୍ଲାକୁ ୨୭ ହଜାରରୁ ଉର୍ଦ୍ଧ୍ଵ ପ୍ରବାସୀ ଆସିଥିଲା ବେଳେ ସେମାନଙ୍କର ଗତିବଧି ଉପରେ ନଜର ରଖାଯାଇଛି। ଏଇ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କର ସ୍କ୍ରିନିଂ ନେଷ୍ଟ କରାଯାଇଥିବା ବେଳେ ଅନ୍ୟ କେତେକଙ୍କର ସ୍ୱାବ ଟେଷ୍ଟ କରାଯାଇଛି। ଏମାନଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ପଜେଟିଭ୍‌ ଆସିବା ପରେ ଏହିସବୁ ଆକ୍ରାନ୍ତଙ୍କୁ କୋଭିଡ୍‌ ହସପିଟାଲକୁ ସ୍ଥାନାନ୍ତର କରାଯାଉଛି। ଭଦ୍ରକରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେଉଥିବାରୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦୃଷ୍ଟିରୁ ରାଜ୍ୟର ୧୧ ଜିଲ୍ଲାକୁ ଶନିବାର ଓ ରବିବାର ଦୁଇଦିନ ପାଇଁ ସଡ୍‌ ଡାଉନ୍‌ ଘୋଷଣା କରିଛନ୍ତି।

ସରକାରଙ୍କର ଏଇ ଘୋଷଣା ଅନୁଯାୟୀ ଶନିବାର ସକାଳ ୫ଟାଠାରୁ ରବିବାର ରାତି ଓ ସୋମବାର ଭୋର ୫ଟା ପର୍ଯ୍ୟନ୍ତ ସଡ୍‌ ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ଭଦ୍ରକ ଜିଲ୍ଲାରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ସାଧାରଣ ଲୋକଙ୍କ ଚଳ ପ୍ରଚଳ ଉପରେ ରୋକ୍‌ ଲଗାଯାଇଛି। କେବଳ ଜରୁରୀକାଳୀନ ପରିସ୍ଥିତିରେ ଓ ମେଡିକାଲ କେସରେ ହସପିଟାଲକୁ ଆସିହେବ। ସହରରେ ପୁଲିସ ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର