ବୌଦ୍ଧ : ବୌଦ୍ଧ ବ୍ଲକ୍ର ଆଭ୍ୟନ୍ତରୀଣ ଗୋଛାପଡ଼ା ଅଞ୍ଚଳରୁ ସୋନପୁରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ବୌଦ୍ଧ ପୁଲିସ ଧରିଛି। ଗଞ୍ଜେଇ ସହ କାର ଜବତ କରି ୨ ଜଣଙ୍କୁ ଗିରଫ କରିଛି।
ପୁଲିସ ସୂଚନା ଅନୁସାରେ ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ଗୋଛାପଡ଼ା ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଷୟରେ ପୁଲିସ ନିକଟରେ ସୂଚନା ଥିଲା। ଗୋଛାପଡ଼ା ନିକଟରେ ଏକ କାର୍ (ଓଡି-୦୨-ଏଟି- ୦୪୩୦)କୁ ଅଟକାଇ ଯାଞ୍ଚ କରିବାରେ ଗଞ୍ଜେଇ ଭର୍ତ୍ତି ବସ୍ତା ଥିବା ଜଣାଯାଇଥିଲା। ମାଜିଷ୍ଟ୍ରେଟ ବିରଞ୍ଚି ଧରୁଆଙ୍କ ଉପସ୍ଥିତିରେ ଓଜନ କରିବାରେ ୧୪୦ କେଜି ହୋଇଥିଲା। ଏହି ମାମଲାରେ ୨ ଅଭିଯୁକ୍ତ ଶଗଡ଼ା ଗ୍ରାମର ସତ୍ୟବାନ ଛତ୍ର ଓ ମନମୁଣ୍ଡାର ଆକ୍ରମ ଖାନଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ତପସ୍ବିନୀ କହଁର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/762777ec-40b7-43bb-901c-e935acc4ec02.jpg)