ଛତିଆ: ଗତକାଲି ବିଳମ୍ବିତ ରାତିରେ ଛତିଆ ବିଟ୍‌ହାଉସ୍‌ ପାଟ୍ରୋଲିଂ କରିବା ସମୟରେ ନେଳିଆ ଛକ ନିକଟସ୍ଥ ପେଟ୍ରୋଲ ପମ୍ପଠାରୁ କିଛି ଦୂରରେ ଅଟକିଥିବା ଏକ କାର୍‌ (ଏପି ୨୮ ସିକେ ୪୩୩୪)ରୁ ୧୪୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି। କାରଟି ସନ୍ଦିଗ୍ଧ ଅବସ୍ଥାରେ ଅଟକିଥିବା ବେଳେ ପୁଲିସ ପହଞ୍ଚିଥିଲା। କାର୍‌ ଭିତରେ ଥିବା ୨ଜଣ ପୁଲିସକୁ ଦେଖି ଦୌଡ଼ି ପଳାଇଥିଲେ।

Advertisment

ଏହି ସମୟରେ ପୁଲିସ ଏବଂ ଗଞ୍ଜେଇ ବେପାରୀଙ୍କ ମଧ୍ୟରେ ପ୍ରବଳ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି। ପୁଲିସ ଗାଡ଼ି ଖୋଲି ଦେଖିବା ବେଳେ ଏଥିରେ ବହୁ ପରିମାଣର ଗଞ୍ଜେଇ ରହିଥିଲା।  ଏ ବିଷୟରେ ପାଣ୍ତି ଅଧିକାରୀ ଗୋବର୍ଦ୍ଧନ ନାୟକ ବୈରୀ ଥାନା ଅଧିକାରିଣୀଙ୍କୁ ଜଣାଇଥିଲେ। ଆଜି ଅପରାହ୍ଣରେ ଦର୍ପଣ ତହସିଲର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯାଇଥିଲା।  ଜବତ ୧୪୦ କିଲୋ ଗଞ୍ଜେଇର ମୂଲ୍ୟ ପ୍ରାୟ ୮ଲକ୍ଷ ଟଙ୍କା ହେବ।