କରୋନା ସନ୍ଦେହ: ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ନଜରରେ ୧୪୨

ଭୁବନେଶ୍ବର : ରାଜ୍ୟରେ ୧୪୨ଜଣ କରୋନା ସନ୍ଦିଗ୍ଧ ଏବେ ସ୍ବାସ୍ଥ୍ୟ ବିଭାଗର ନଜରରେ ରହିଛନ୍ତି। ଏବେ ୨୫ଜଣ ହୋମ୍ କ୍ବାରାଣ୍ଟାଇନ୍‌ରେ ରହିଥିବା ବେଳେ ୧୭ଜଣ ହସ୍ପିଟାଲରେ ଆଡମିଟ୍ ରହିଛନ୍ତି। ଏହା ପୂର୍ବରୁ ୧୦୦ଜଣ ସନ୍ଦିଗ୍ଧ ନିଜର ହୋମ୍ କ୍ବାରେଣ୍ଟାଇନ୍‌ର ଅବଧି ଶେଷ କରି ସାରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୨ଜଣ ସନ୍ଦିଗ୍ଧଙ୍କ ନମୁନା ସଂଗ୍ରହ କରାଯାଇଥିବା ବେଳେ ସମସ୍ତ ନମୁନା ନେଗେଟିଭ୍ ରହିଛି। ତହିଁରୁ ଆଜି ଗୋଟିଏ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା ଓ ତାହା ମଧ୍ୟ ନେଗେଟିଭ୍ ରହିଛି।

ସମ୍ବନ୍ଧିତ ଖବର