ଫୁଲବାଣୀ ବନଖଣ୍ଡର ୬୫ ଜଳାଶୟରେ ୧୪୨୪ ବିଦେଶୀ ପକ୍ଷୀ

ଫୁଲବାଣୀ: ଚଳିତବର୍ଷ ଫୁଲବାଣୀ ବନଖଣ୍ଡରେ ମୋଟ ୧୪୨୪ ବିଦେଶୀ ପକ୍ଷୀ ଆସିଥିବା ସୂଚନା ମିଳିଛି। ଏହି ପକ୍ଷୀମାନେ ଫୁଲବାଣୀ ବନଖଣ୍ଡ ଅନ୍ତର୍ଗତ ମୋଟ ୬୫ଟି ଜଳାଶୟକୁ ଆସିଥିଲେ ବୋଲି ଫୁଲବାଣୀ ବନଖଣ୍ଡ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ଫୁଲବାଣୀ ବନଖଣ୍ଡର ଫୁଲବାଣୀ ରେଞ୍ଜ ଅନ୍ତର୍ଗତ ପୁରୁଣାପାଣି ଡ୍ୟାମ୍‌, ଗୁମାଗଡ଼ କ୍ଷୁଦ୍ର ଜଳସେଚନ ଡ୍ୟାମ୍‌, ଦୁବଗଡ଼ ପୋଖରୀ, କେନ୍‌ପାଜୁ ପୋଖରୀ, କଟ୍ରିଙ୍ଗିଆ ପୋଖରୀ, ସିପାଞ୍ଜିରି ପୋଖରୀ, ନୂଆବନ୍ଧ ପୋଖରୀ, ବୋଇଡ଼ା ପୋଖରୀ, ଦଳପଦା ପୋଖରୀ, ଲମ୍ବାଗୁଡ୍ରି ପୋଖରୀ, ଆରାପାଜୁ ପୋଖରୀ, ଖଜୁରୀପଡ଼ା ପୁଷ୍କରିଣୀ, ସମ୍ବେପଦର ଡ୍ୟାମ୍‌, ସାଲୁଙ୍କୀ ନଦୀ, ତୁଡ଼ିପାଜୁ ପୋଖରୀ, ପିଅନପଡ଼ା ପୁଷ୍କରିଣୀ, ପଣସପଦର ପୋଖରୀ, କୁଟିବାରି ଡ୍ୟାମ୍‌, ସୁଡୁଲି ପୁଷ୍କରିଣୀକୁ ୨୩୧ ବିଦେଶୀ ପକ୍ଷୀ ଆସିଥିବାବେଳେ ସୁଡ୍ରୁକୁମ୍ପା ରେଞ୍ଜ ଅନ୍ତର୍ଗତ ସିଟ୍‌କାପାଙ୍ଗା ଡ୍ୟାମ, କୁଣ୍ଡାପଥର ଚେକ୍‌ଡ୍ୟାମ, ବନରଦେଇ ନାଳ, ପକାଡି ନଳା, ମୁଣ୍ଡାପଥର ନାଳ, ଝାଝରି ନାଳ, ପକଡ଼ାଝର ଜଳପ୍ରପାତକୁ ୧୦୪ ବିଦେଶୀ ପକ୍ଷୀ ଆସିଛନ୍ତି।

ସେହିଭଳି ଫିରିଙ୍ଗିଆ ରେଞ୍ଜ ଅନ୍ତର୍ଗତ ଚଢ଼ିଆପାଲି ଦଲଦଲିକୁ ୨୨୨ ବିଦେଶୀ ପକ୍ଷୀ ଆସିଥିବାବେଳେ କରଡ଼ା ରେଞ୍ଜ ଅନ୍ତର୍ଗତ ସରନଉତି ପୋଖରୀ, ବରଡ଼ା ପୁଷ୍କରିଣୀ, ଅଁଳାପଟା ପୁଷ୍କରିଣୀ, ଘାଟିଖାରିଗୁଡ଼ା ପୋଖରୀ, ବଡ଼ଗଡ଼ ପୋଖରୀ, ଦହମୁଳାଘାଇ, ଗାନ୍ଧାରୀଭୂଇଁ ପୁଷ୍ପରିଣୀ, ଦହ ଡ୍ୟାମ, ରଣବା ରାଙ୍କିଘାଇକୁ ୧୪୩, ରାଇକିଆ ରେଞ୍ଜ ଅନ୍ତର୍ଗତ କରଡ଼ା ପୁଷ୍କରିଣୀ, ବରପାଲି ନଳା, ବାସନ୍ତୀସାଗର ଡ୍ୟାମ, ପଦେରୀମାହା ନଳା, ଲେଣ୍ଡ୍ରିକିଆ ନଳା, କଣ୍ଡାବା ନଳା, ତେନ୍ତୁଲିଆ ପୁଷ୍କରିଣୀକୁ ୭୬, ଟିକାବାଲି ରେଞ୍ଜ ଅନ୍ତର୍ଗତ ଲୁଜୁରାମୁଣ୍ଡା ଡ୍ୟାମ୍‌, ତେନ୍ତୁଳିଗଡ଼ା ଡ୍ୟାମ୍‌, ବାଟେରି ଡ୍ୟାମ୍‌, ଗାସାମାହା ପୁଷ୍କରିଣୀ, କାମ୍ବ୍ରିଗୋଛା ପୁଷ୍କରିଣୀ, ନେଡିଗୁଡ଼ା କାଡ଼ିକାଡ଼ୁ ପୁଷ୍କରିଣୀ, ଚହଲି ମୁଣ୍ଡାଘାଇ, ପସରା ପୁଷ୍କରିଣୀ, ପୈତାଗାଁ ଡ୍ୟାମ, ତାରିଣୀ ମନ୍ଦିର ପୁଷ୍କରିଣୀ, ବ୍ରାହ୍ମଣପାଦ ପୁଷ୍କରିଣୀକୁ ୧୮୧ ଏବଂ ଘୁ.ଉଦୟଗିରି ରେଞ୍ଜ ଅନ୍ତର୍ଗତ କାଳିନାଜୁ ଘାଇ, ମଧୁଝରୀ ଘାଇ, ସିରିକି ଜଳଭଣ୍ଡାର, ବୁର୍ବିନାଜୁ ଜଳଭଣ୍ଡାର, ପେନାବିଡ଼ା ଜଳଭଣ୍ଡାର, ବାନାଙ୍ଗିଆ ଜଳଭଣ୍ଡାର, ଗୁଟିଙ୍ଗିଆ ଦଲଦଲି, ଡୁଗୁନିପାଣି ପୁଷ୍କରିଣୀ, ରେଟୁଡ଼ି ଜଳଭଣ୍ଡାରକୁ ୪୬୭ ବିଦେଶୀ ପକ୍ଷୀ ଆସିଛନ୍ତି।

ଅପରପକ୍ଷେ, ଏସବୁ ପୁଷ୍କରିଣୀ, ହ୍ରସ ଓ ଜଳ ଉତ୍ସ ପୋତି ‌ହୋଇ ପଡୁଥିବାରୁ ବର୍ଷକୁ ବର୍ଷ ପକ୍ଷୀଙ୍କ ଆଗମନ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ଚଳିତବର୍ଷ ଫୁଲବାଣୀ ବନଖଣ୍ଡ ଅଞ୍ଚଳକୁ ମୋଟ ୧୪୨୪ ବିଦେଶୀ ପକ୍ଷୀ ଆସିଥିବାବେଳେ ପୂର୍ବବର୍ଷ ୨,୦୦୦ରୁ ଊର୍ଦ୍ଧ୍ବ ବିଦେଶୀ ପକ୍ଷୀ ଆସିଥିଲେ। ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଜବରଦଖଲ କାରଣରୁ ଏସବୁ ଜଳଉତ୍ସ ଦିନକୁ ଦିନ ପୋତି ହୋଇପଡ଼ିବା ସହ ସଙ୍କୁଚିତ ହେବାରେ ଲାଗିଛନ୍ତି। ପ୍ରଶାସନ ଏସବୁ ଦିଗ ପ୍ରତି ଦୃଷ୍ଟି ଦେଲେ କନ୍ଧମାଳ ଜିଲ୍ଲାକୁ ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇପାରନ୍ତା ବୋଲି ପରିବେଶବିତ୍‌ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର