୭ ଦିନରେ ୧୪୩ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ବିଏମ୍‌ସିର ଲଗାତାର ଉଦ୍ୟମ ପରେ ରାଜଧାନୀରେ ଡେଙ୍ଗୁ କିଛିଟା ନିୟନ୍ତ୍ରଣକୁ ଆସିଛି। ପୂର୍ବରୁ ଦୈନିକ ସଂକ୍ରମଣ ସଂଖ୍ୟା ୫୦ରୁ ୬୦ ପର୍ଯ୍ୟନ୍ତ ରହୁଥିବା ‌ବେଳେ ଏବେ ଏହା ୨୦କୁ ଖସିଛି। ଗତ ୭ ଦିନ ଭିତରେ ୧୪୩ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧୨ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୧୯୮୯ ଜଣ ସୁସ୍ଥ ହୋଇଛନ୍ତି। ଅର୍ଥାତ୍‌ ଏବେ ସହରରେ ୨୨୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ତେବେ ଦୀର୍ଘ ୬/୭ ମାସ ହେଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶୂନ ହେଉ ନଥିବାରୁ ବିଏମ୍‌ସିର ନିରାକରଣ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ଆଜି ସୁଦ୍ଧା ବିଏମ୍‌ସି ୪୧ ହଜାର ୫୮୧ ଘର ବୁଲି ୧ ଲକ୍ଷ ୬୯ ହଜାର ୪୦୧ ଲୋକଙ୍କୁ ସଚେତନ କରାଇଛି। ୧ଲକ୍ଷ ୧୮ ହଜାର ୮୧୦ ଉତ୍ପତ୍ତିସ୍ଥଳ ନଷ୍ଟ କରାଯାଇ ଥିବା ବେଳେ ୧ ଲକ୍ଷ ୨୧ ହଜାର ୮୮୫ ଉତ୍ସରୁ ଲାର୍ଭା ଚିହ୍ନଟ କରିଛି।

ସମ୍ବନ୍ଧିତ ଖବର