ମହାବିନାୟକ ପୀଠରେ ୧୪୪ ଧାରା ଜାରି

ଚଣ୍ଡିଖୋଲ : ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ ଚଣ୍ଡିଖୋଲ ଠାରେ ଥିବା ମହାବିନାୟକ ପୀଠରେ ଆଜି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ମହାଶିବରାତ୍ରୀ ପାଇଁ ଏହି ପୀଠରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। କରୋନା କଟକଣା ପାଇଁ ଏଠାରେ ଭକ୍ତଙ୍କ ସମାଗମ ନିୟନ୍ତ୍ରଣ କରିବାକୁ ୧୪୪ ଧାରା ଜାରି କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର