ବାଣପୁରରେ ୧୪୪ ଧାରା ଜାରି

ବାଣପୁର: ବାଣପୁର ବ୍ଳକ ନିକଟରେ ଦ୍ରୁତ ଗାଡି ଚାଳନା ଓ ବ୍ଳକ ପରିସରକୁ ଅନଧିକାର ପ୍ରବେଶ ଏବଂ ପୁଲିସ ଓ ସାଧାରଣ ଜନତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେ୍ଦବଙ୍କ ନାମରେ ମକଦ୍ଦମା ରୁଜୁ ହୋଇଛି। ତେବେ ବର୍ତ୍ତମାନ ପ୍ରଶାନ୍ତ ଜଗଦ୍ଦେବ ଆହତ ଥିବାରୁ ପୁଲିସ ହେପାଜତରେ ତାଙ୍କୁ ଚିକିତ୍ସା କରାଯାଉଛି।  ଆରୋଗ୍ୟ ପରେ ତାଙ୍କୁ ଗିରଫ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ କହିଛନ୍ତି।

ଘଟଣା ପରେ ରାଜନୈତିକ ଏବଂ ସାଧାରଣରେ ଉତ୍ତେଜନା ଲାଗିରହିଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶନିବାର ଠାରୁ ବାଣପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ତହସିଲଦାର କୁଞ୍ଜବିହାରୀ ବଡଜେନା ସୂଚନା ଦେଇଛନ୍ତି  ।

ସମ୍ବନ୍ଧିତ ଖବର