ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଟ୍ୱିନସିଟରେ ୧୪୪ ଧାରା ଲାଗୁ କରାଯାଇଛି। ରାତି ୯ ଟାରୁ ସକାଳ ୫ ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ। ଆଜି ଠାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ ଏହି ସମୟରେ ବି ୧୪୪ ଧାରା ଲାଗୁ ହେବ। ଏହା କଟକ ଓ ଭୁବନେଶ୍ୱର ପାଇଁ ଲାଗୁ କରାଯାଇଥିବା ସୂଚନା ଦିଆଯାଇଛି।
କହିରଖୁ କି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ। ଏହାସହ ଅନ୍ୟ ୨୦ ଟି ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ। ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡ଼ାକଡ଼ି କରିବା ଲକ୍ଷ୍ୟରେ ଆଜି ରାତି ୯ ଟା ଠାରୁ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ବୋଲି କୁହାଯାଇଛି।
କଟକ ଓ ଭୁବନେଶ୍ୱରରେ ଆଜି ଠାରୁ ନାଇଟ୍ କର୍ଫ୍ୟୁ ସମୟରେ ୧୪୪ ଧାରା ଲାଗୁ
/sambad/media/post_attachments/wp-content/uploads/2021/04/144-Will-Began-in-Twin-City_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)