ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଜାରି

ଭଦ୍ରକ: ଶ୍ରୀରାମ ନବମୀ ଖୁବ୍‌ କମ୍‌ ଦିନ ଥିବାରୁ ଭଦ୍ରକବାସୀ ଏବେଠାରୁ ସତର୍କ ହୋଇ ସାରିଛନ୍ତି। ଗତବର୍ଷର ଘଟଣା ଯେମିତି ଏଥର ପୁନରାବୃତ୍ତି ନହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଚଳିତ ମାସ ୨୫ ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବା ବେଳେ ଶନିବାର ଭଦ୍ରକ ସହରରେ ପୁଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସହରରେ ୨୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ୬ଟାରୁ ଅନିଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ସେହିଭଳି ସୋସିଆଲ ମିଡିଆରେ ଧର୍ମିୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସୂଚନାଯୋଗ୍ୟ ଗତବର୍ଷ ଏପ୍ରିଲରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେବା ପରେ ଭଦ୍ରକରେ ପ୍ରଶାସନ ତରଫରୁ କଫ୍ୟୁ ଜାରି କରାଯାଇଥିଲା। ଏହା ପ୍ରାୟ ୪୫ ଦିନ ପର୍ଯ୍ୟନ୍ତ ରହିଥିଲା। ଏହି ସମୟରେ ସହରର ୪୫ ଜଣ ଲୋକ ଗିରଫ ହୋଇଥିଲେ। ଏହା ପରେ ପରିସ୍ଥିତି ଅଣାୟତ୍ତ ହେବାରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶାନ୍ତି ପାଇଁ ଆହ୍ଵାନ ଡକାଯାଇଥିଲା। ଶାନ୍ତି ପାଇଁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ମଧ୍ୟ ପ୍ରଶାସନକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର