ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଆଜି ୧୪୪ ଧାରା ଜାରି କରିଛି। ଏହି ୧୪୪ ଧାରା ଆଜି ମଧ୍ୟାହ୍ନ ୧୨ଟାରୁ ରାତି ୧୨ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଉଛି।
ଆଜି ଆନ୍ଧ୍ରପ୍ରଦେଶର ତିରୁଭେଲାରୁ ଆସୁଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ରାଉରକେଲା ଷ୍ଟେସନ୍ରେ ଅପରାହ୍ନ ୪ ଟା ରୁ ୫ଟା ମଧ୍ୟରେ ପହଞ୍ଚିବ। ତେବେ ଏହି ଟ୍ରେନ୍ରେ ଆସୁଥିବା ୩୦୦ ପ୍ରବାସୀ ଶ୍ରମିକ ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ତେଣୁ କରୋନା ମାରାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଉରକେଲା ଷ୍ଟେସନ, ନୂଆ ବସଷ୍ଟାଣ୍ଡ ଓ ମଧୁସୂଦନ ଛକ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ।
/sambad/media/post_attachments/wp-content/uploads/2020/05/BlueStacks_ScreenShot-8-300x143.jpg)
ଏହି ସମସ୍ତ ପ୍ରବାସୀ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍ରେ ଷ୍ଟେସନ୍ରେ ଓହ୍ଲାଇବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ଷ୍ଟେସନ୍ରେ ସେମାନେ କରୋନା ପରୀକ୍ଷା ପରେ ଯେଉଁମାନଙ୍କ ଶରୀରରେ କୋଭିଡ-୧୯ ଚିହ୍ନଟ ହେବ ସେମାନଙ୍କୁ ତୁରନ୍ତ କୋଭିଡ-୧୯ ହସ୍ପିଟାଲକୁ ପଠାଯିବା ସହିତ ସେମାନେ ସାଥୀରେ ଆଣିଥିବା ସମସ୍ତ ସାମଗ୍ରୀକୁ ସାନିଟାଇଜ କରାଯିବ। ଏଥିସହିତ ଅନ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ୨୦ଟି ସ୍ୱତନ୍ତ୍ର ବସ୍ ଯୋଗେ ନିଆଯାଇ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/WhatsApp-Image-2020-05-21-at-13.26.25.jpeg)