ସାବିତ୍ରୀ ବ୍ରତ ପାଇଁ ମା ବିରଜାଙ୍କ ପୀଠରେ ଲାଗିଲା ୧୪୪ ଧାରା

ଯାଜପୁର: ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତି ବର୍ଷ ସଧବା ସ୍ତ୍ରୀ ଟିଏ ନିଜ ସ୍ୱାମୀଙ୍କ ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଏ | ଆସନ୍ତାକାଲି ପାଳନ ହେବାକୁ ଥିବା ସାବିତ୍ରୀ ବ୍ରତକୁ ନଜରରେ ରଖି ଯାଜପୁରର ମା ବିରଜାଙ୍କ ମନ୍ଦିର ପରିସରରେ ୧୪୪ ଧାରା ଲାଗୁ କରାଯାଇଛି | ଆସନ୍ତାକାଲି ସାଵିତ୍ରୀ ବ୍ରତ ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି କଟକଣା ଲାଗୁ କରାଯାଇଛି |

କରୋନା ମହାମାରୀ ସମୟରେ ସାମାଜିକ ଦୂରତ୍ୱ ଯେଭଳି ବ୍ୟାଘାତ ନ ହେବ ତାହାକୁ ଦୃଷ୍ଟିରେ ରଖି ଏହି ଧାରା ଲାଗୁ କରାଯାଇଛି | ସମଗ୍ର ଭାରତରେ ଲକଡାଉନ କଟକଣା ବଳବତ୍ତର ଥିବାରୁ ଏବଂ ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବା ପାଇଁ ଯାଜପୁର ଉପ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟି ନାରାୟଣ ଚନ୍ଦ୍ର ଧଳ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ୧୪୪ ଜାରି କରିଛନ୍ତି।

photo-mycitylinks

କୌଣସି ବ୍ୟକ୍ତିଙ୍କର ଉକ୍ତ ଅଞ୍ଚଳରେ ଯାତାୟତ ଓ ବୁଲାବୁଲି ଉପରେ କଟକଣା ଜାରି କରାଯାଇଛି। ଏହାକୁ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | ମା ବିରଜାଙ୍କ ପାଖରେ ପୂଜାର୍ଚନା କରି ସ୍ବାମୀଙ୍କ ଦୀର୍ଘାୟୁ ଜୀବନ କାମନା କରିଥାନ୍ତି। ଏଠାରେ ସୂଚନା ଥାଉ କି ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ଲକଡାଉନରେ ଧାର୍ମିକ ପୀଠରେ ଭକ୍ତଙ୍କ ସମାଗମ ଉପରେ କଟକଣା ଜାରି କରାଯାଇଥିଲା |

ସମ୍ବନ୍ଧିତ ଖବର