ଭୁବନେଶ୍ବର: ବ୍ରିଟେନରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଆଜି ରାତି ୧୦ଟାରୁ କାଲି ସକାଳ ୫ଟାଯାଏ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ଏହା ସହ ଟ୍ବିନସିଟିରେ ୧୪୪ଧାରା ଜାରି ହେବ ବୋଲି କହିଛନ୍ତି ପୁଲିସ କମିସନର୍ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ। ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ପୁଲିସ କମିସନର।
ଏହି ଘୋଷଣା କରିବା ସହ ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର କହିଛନ୍ତି ଯେ, ୧୪୪ଧାରା ଲାଗୁ ହେଲେ ମଧ୍ୟ ଅତ୍ୟାବଶ୍ୟକୀୟ ସେବା ଜାରି ରହିବ। ସମସ୍ତ ଥାନା ଅଞ୍ଚଳରେ ପେଟ୍ରୋଲିଂ କରିବା ପାଇଁ ୪୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ। ହୋଟେଲ, ଦୋକାନ ଓ ବାରଗୁଡ଼ିକ ରାତି ୯ପୂର୍ବରୁ ବନ୍ଦ କରିବାକୁ କୁହାଯାଇଛି। ରାତି ୯ଟା ପରେ କେହି ଘରୁ ବାହାରନ୍ତୁ ନାହିଁ । ଅଯଥା ଗହଳି ନ କରିବା ସହ ଭୋଜିର ଆୟୋଜନ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ପୁଲିସ କମିସନର।
ସେପଟେ, ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ଆଜି ରାତି ୧୦ଟାରୁ ଆସନ୍ତାକାଲି ସକାଳ ୫ଟା ଯାଏ ସାରା ରାଜ୍ୟରେ ଏହି ଦିନିକିଆ ରାତ୍ରି କର୍ଫ୍ୟୁ ବଳବତ୍ତର ରହିବ । ତେବେ କର୍ଫୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ଆଶଙ୍କାରେ ଜାରି ହୋଇଥିବା ଏହି ନାଇଟ କର୍ଫ୍ୟୁରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/144-Will-Impose-in-Twin-City_Thumbnail_2-1.jpg)