ପୁରୀରେ ଜାରି ହେବ ୧୪୪ ଧାରା, ରାତି ୨ଟାରୁ ଆସନ୍ତାକାଲି ନାଗାର୍ଜୁନ ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା

ପୁରୀ: ନାଗାର୍ଜୁନ ବେଶ ଓଲାଗି ପାଇଁ ପୁରୀରେ ୧୪୪ ଧାରା ଜାରି କରାଯିବ । ୨୬ ବର୍ଷ ପରେ ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଏହି ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ। ତେଣେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ନାଗାର୍ଜୁନ ବେଶ ପାଇଁ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ସମସ୍ତ ତଥା ବିଶେଷ କରି ପୁରୀର ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ସର୍ବୋଚ୍ଚ ପ୍ରାଥମିକତା ଦେବା ଏବଂ କୋଭିଡ୍-୧୯ ସତର୍କତା ଅନୁଯାୟୀ ଭିଡ଼କୁ ରୋକିବା ଲାଗି ୧୪୪ ଧାରା ଜାରି ହେବ | ଠିକ୍ ସେହିପରି ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ ବି ୧୪୪ ଧାରା ବଳବତ୍ତର ରହିବ | ରାତି ୨ଟାରୁ ଆସନ୍ତାକାଲି ବେଶ ଓଲାଗି ପର୍ଯ୍ୟନ୍ତ ରହିବ କଟକଣା।

ମହାପ୍ରଭୁଙ୍କ ବେଶ ଓଲାଗି ପାଇଁ ହରଚଣ୍ଡି ସାହିରୁ ସିଂହଦ୍ୱାର ପର୍ଯ୍ୟନ୍ତ ପୁଲିସର ଏସକର୍ଟ ରହିବ | ଏଥିଲାଗି ପୁରୀରେ ୨୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଲାଗି ୨ ଏଏସପି, ୭ ଡିଏସପି, ୧୯ ଏସ୍ ଆଇ ଓ ୭୭ ଏଏସଆଇଙ୍କୁ ନିୟୋଜିତ କରାଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର