ରାଜ୍ୟରେ ଆଉ ୧୪୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଆଉ ୧୪୮ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୯କୁ ବୃଦ୍ଧି ପାଇଛି। ଚଳିତ ମାସ ୯ରୁ ୧୬ ତାରିଖ ମଧ୍ୟରେ ୧୦ଟି ଜିଲ୍ଲାରୁ ୨୪୯ ପଜିଟିଭ୍ ନମୁନା ଜିନମ ସିକ୍ବେନ୍ସିଂ ପାଇଁ ପଠାଯାଇଥିଲା। ସୂଚନା ଅନୁସାରେ, ପୂର୍ବରୁ ବିଦେଶ ଫେରାନ୍ତଙ୍କ ଓମିକ୍ରନ୍ ପାଇଁ ଜିନମ ସିକ୍ବେନ୍ସିଂ କରାଯାଉଥିଲା। ମାତ୍ର ଏବେ ସାଧାରଣ ଲୋକଙ୍କ ପଜିଟିଭ୍ ନମୁନାକୁ ଜିନମ ସିକ୍ବେନ୍ସିଂ କରାଯାଉଛି। ୨୪୯ ନମୁନାରୁ ୬୦ ପ୍ରତିଶତ ଅର୍ଥାତ୍ ୧୪୮ଜଣ ଓମିକ୍ରନ୍ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି। ବଳକା ନମୁନାରେ ଡେଲ୍‌ଟା ରହିଛି। ତେବେ ଗତ ସପ୍ତାହରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୫ପ୍ରତିଶତ ବୃଦ୍ଧି ନଜରକୁ ଆସିଛି।

ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ଯଦିଓ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି, ଏହା ସଂପୂର୍ଣ୍ଣ ଭାବେ ଓମିକ୍ରନ୍ ଜନିତ ବୋଲି କୁହାଯାଇପାରିବ ନାହିଁ। ଜିନୋମ ସିକ୍ବେନ୍ସିଂ ହେଉଥିବା ନମୁନାରୁ ଏବେ ବି ଅଧିକାଂଶ ଡେଲ୍‌ଟା ପ୍ରଜାତି ରହିଥିବା ଚିହ୍ନଟ ହେଉଛନ୍ତି। ତେଣୁ ଉଭୟ ଡେଲ୍‌ଟା ଓ ଓମିକ୍ରନ୍ ରାଜ୍ୟରେ ସଂକ୍ରମଣ ବଢ଼ାଉଛନ୍ତି। ତେବେ ଓମିକ୍ରନ୍‌ର ସବ୍‌ଟାଇନ ବିଏ.୨ ଧୀରେ ଧୀରେ ଡେଲ୍‌ଟାର ସ୍ଥାନ ନେଉଛି। ତେଣୁ ଲୋକମାନେ ସତର୍କ ରହିବା ଜରୁରୀ। କରୋନାର ଦ୍ବିତୀୟ ଲହରରେ ଓଡ଼ିଶା ସମେତ ଦେଶବ୍ୟାପୀ ଡେଲ୍‌ଟା ପ୍ରଜାତି ତାଣ୍ଡବ ରଚିଥିଲା।

ସମ୍ବନ୍ଧିତ ଖବର