ବେଆଇନ ପଥର ମାଫିଆଙ୍କ ପାଇଁ ୧୪୪ ଧାରା ଜାରି କଲା ପ୍ରଶାସନ

ଧର୍ମଶାଳା: ବେଆଇନ ପଥର ମାଫିଆଙ୍କ ଦୌରାତ୍ମ ରୋକିବାକୁ ଅଣ୍ଟା ଭିଡିଲା ପ୍ରଶାସନ | ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଧର୍ମଶାଳା ତହସିଲ ଅନ୍ତର୍ଗତ ସାହାଣୀଡିହ, ଅଞ୍ଜିରା, କୁସୁନପୁର ବିଛାଖଣ୍ଡି ମୌଜାରେ ଥିବା ବେଆଇନ କଳାପଥର ଖାଦାନ ସମେତ ରାଇଛନ୍ଦା ମୌଜାରେ ଥିବା ବେଆଇନ ବାଲି ଘାଟରେ ୧୪୪ ଧାରା ଜାରି କରାଯାଇଛି | ଧର୍ମଶାଳା ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ୧୪୪ ଧାରା ଜାରି କରାଯାଇଛି |

ଦୁଇ ସେକ୍ସନ ଫୋର୍ସ ଏଥିରେ ସାମିଲ ହୋଇଥିଲେ | ମିଳିଥିବା ସୂଚନା ମୁତାବକ ଏହି ଅଂଚଳମାନଙ୍କରେ ଚୋରା ପଥର ମାଫିଆ ବେଧଡକ ଭାବେ ପଥର ଚୋରି କରୁଥିଲେ | ବେଆଇନ ଭାବେ ଲିଜ ଦିଆଯାଇନଥିବା ଏହି ପଥର ଖଣିମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରାଯାଇ ଚାଲାଣ କରାଯାଉଥିଲା | ଯାହାକୁ ନେଇ ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ |

ବାରମ୍ବାର ଲୋକଙ୍କ ଅଭିଯୋଗ ପାଇବା ପରେ ପ୍ରଶାସନ ପକ୍ଷରୁ ଏସବୁ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା | ବିପୁଳ ପରିମାଣର ପଥର ଚୋରି ହେଉଥିବାର ପ୍ରଶାସନ ପକ୍ଷରୁ ଜଣା ପଡିଥିଲା | ଯାହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି |

ସମ୍ବନ୍ଧିତ ଖବର