ପୁଲିସ ବିଭାଗରେ ଅଦଳବଦଳ : ବଦଳିଲେ ୧୪୮ ପୁଲିସ ଏସ୍‌ଆଇ

କଟକ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ୧୪୮ ଜଣ ପୁଲିସ ଏସ୍‌ଆଇଙ୍କୁ ବଦଳି କରାଯାଇଛି। ଗତକାଲି ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ପୁଲିସ ଏଷ୍ଟାବ୍ଲିସ୍‌ମେଣ୍ଟ ବୋର୍ଡ ବୈଠକରେ ଏ ସ˚କ୍ରାନ୍ତରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ବଦଳି ହୋଇଥିବା ପୁଲିସ ଏସ୍‌ଆଇଙ୍କ ମଧ୍ୟରୁ କମିସନରେଟ୍‌ ପୁଲିସରେ କାର୍ଯ୍ୟ କରୁଥିବା ୧୬ ଜଣ ଅଫିସରଙ୍କ ବଦଳି ହୋଇଥିବା ସୂଚନା ମିଳିଛି। ବଦଳି ହୋଇଥିବା ଅଫିସର‌୍‌ମାନେ ହେଉଛନ୍ତି ଅଶ୍ବିନୀ ଭିତିରିଆ, ବାବୃବାହାନ ନାୟକ, ଗୋବର୍ଦ୍ଧନ ନାୟକ, କମଳିନୀ ତଣ୍ତି, କ୍ଷୀରୋଦ କୁମାର ମିଶ୍ର, ଲକ୍ଷ୍ମୀ ବେହେରା, ପବିତ୍ର ମୋହନ ପଟ୍ଟନାୟକ, ପାଞ୍ଚାଳି ରାଉତ, ପ୍ରଣତି ସେନାପିତ, ପ୍ରିୟଦର୍ଶୀନି ନାୟକ, ପୂର୍ଣ୍ଣ ଚନ୍ଦ୍ର ପଣ୍ତା, ରବିନ୍ଦ୍ର କୁମାର ପଣ୍ତା, ରଞ୍ଜିତ କୁମାର ସେଠ, ସୁଜିତ କୁମାର ସାହୁ, ତପନ କୁମାର ପତି, ଉର୍ମିଳା ମଲ୍ଲିକ। କମିସନରେଟ୍‌ ପୁଲିସ ବାଦ ଜିଲ୍ଲା ପୁଲିସ, କ୍ରାଇମ୍‌ବ୍ରାଞ୍ଜର ଏସ୍‌ଟିଏଫ୍‌, ଖଣି ନିର୍ଦ୍ଦେଶାଳୟରେ କାର୍ଯ୍ୟ କରୁଥିବା ଅଫିସରଙ୍କ ବଦଳି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର