ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ଚାଲିଥିବା ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିନରେ ଶନିବାର ୧୪୯ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଥିରେ ୯ଜଣ ପୌରାଧ୍ୟକ୍ଷ/ମେୟର ପଦବି ପାଇଁ, ୧୪୦ଜଣ କର୍ପୋରେଟର/କାଉନସିଲର ପଦବି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ରାଜ୍ୟ ନିର୍ବାଚନ କମିସନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସୁଦ୍ଧା ପୌରାଧ୍ୟକ୍ଷ/ମେୟର ପଦବି ପାଇଁ ମୋଟ୍ ୩୭ଜଣ ଏବଂ କାଉନସିଲର/କର୍ପୋରେଟର ପଦବି ପାଇଁ ୨୭୫ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।
ପ୍ରାର୍ଥିପତ୍ର ଦାଖଲକୁ ଆଉ ମାତ୍ର ଦୁଇ ଦିନ ବାକି ଥିବାବେଳେ ବିଭିନ୍ନ ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ଏବେ ସୁଦ୍ଧା ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ତେଣୁ ଶେଷ ଦୁଇଦିନରେ ପ୍ରାର୍ଥିପତ୍ର ଦାଖଲ ନେଇ ପ୍ରବଳ ଭିଡ଼ ହେବା ଆଶଙ୍କା ସୃଷ୍ଟି ହୋଇଛି।