ଭୁବନେଶ୍ବର : ଗତ ୩ବର୍ଷରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମାରୀଙ୍କ ଉପରେ ୧୫ଟି ଆକ୍ରମଣ ଘଟଣା ଘଟିଛି। ଜଣେ ଗିରଫ ହୋଇଛନ୍ତି। ଭିମ୍ସାର, ବୁର୍ଲା, ଏସ୍ସିବି, ବଲାଙ୍ଗୀର ଓ କୋରାପୁଟ ମେଡିକାଲ କଲେଜରେ ଏହି ଆକ୍ରମଣ ଘଟଣା ଘଟିଥିବା ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପୂଜାରୀ କହିଛନ୍ତି, ହସ୍ପିଟାଲ ପରିସରରେ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସରକାର ୨୦୦୯ରେ ଦି ଓଡ଼ିଶା ମେଡିକେୟାର ସର୍ଭିସ ପର୍ସନ୍ସ ଏଣ୍ଡ ମେଡିକେୟାର ସର୍ଭିସ ଇନଷ୍ଟିଚ୍ୟୁସନ୍(ପ୍ରିଭେନସନ ଅଫ ଭାଓଲେନ୍ସ ଏଣ୍ଡ ଡ୍ୟାମେଜ ଟୁ ପ୍ରପର୍ଟି) ଆଇନ ୨୦୦୮ ପ୍ରଣୟନ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp