୧୫ ବିଜେଡ଼ି ନେତାଙ୍କୁ ବରିଷ୍ଠ ମହାସଚିବ ନିଯୁକ୍ତି ସହ ନୂଆ ଦାୟିତ୍ବ

ଭୁବନେଶ୍ବର : ବିଜୁ ଜନତା ଦଳ ପକ୍ଷରୁ ନିଜର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ ଅଣାଯାଇଛି । ୧୫ ଜଣ ନେତାଙ୍କୁ ଦଳର ବରିଷ୍ଠ ମହାସଚିବ ନିଯୁକ୍ତ କରାଯାଇଛି । ଏହି ୧୫ ଜଣ ହେଲେ ନୃସିଂହ ଚରଣ ସାହୁ, କଳିକେଶ ନାରାୟଣ ସିଂଦେଓ, ଅଶୋକ ପଣ୍ଡା, ପ୍ରିତିରଂଜନ ଘଡ଼ାଇ, ଅରୁଣ ସାହୁ,ରୋହିତ ପୂଜାରୀ, ରବିନାରାୟଣ ନନ୍ଦ, ଅତନୁ ସବ୍ୟସାଚୀ  ନାୟକ, ପ୍ରତାପ ଜେନା, ରାଜେନ୍ଦ୍ର ପ୍ରସାଦ ଢୋଲାକିଆ, ନବକିଶୋର ଦାସ, ରମେଶ ଚନ୍ଦ୍ର ମାଝି,ସରୋଜିନୀ ହେମ୍ବମ, ସୁମିତ୍ରା ଜେନା ଓ ଶଶୀଭୂଷଣ ବେହେରା ।

ନୃସିଂହ ଚରଣ ସାହୁ ଆଞ୍ଚଳିକ ବିକାଶ ଦାୟିତ୍ବରେ ଥିବାବେଳେ, ଅଶୋକ ପଣ୍ଡା, ପ୍ରିତରଂଜନ ଓ କଳିକେଶ ସାମାଜିକ କଲ୍ୟାଣ କ୍ଷେତ୍ର ଦାୟିତ୍ବରେ ରହିବେ । ଅରୁଣ ସାହୁ ଓ ରୋହିତ ପୁଜାରୀ ମାନବ ସମ୍ବଳ ଓ କଳା ସଂସ୍କ୍‌ତି କ୍ଷେତ୍ର ଦାୟିତ୍ବରେ ରହିବେ । ସେହିପରି ଅତନୁ ଓଡ଼ିଶା-ମୋ ପରିବାର ଦାୟିତ୍ବରେ ରହିବେ । ରବି ନନ୍ଦ ,ରାଜେନ୍ଦ୍ର ପ୍ରସାଦ ପରିବେଶ ଓ ପ୍ରତାପ ଜେନା ଓ ନବ ଦାସ ସଶକ୍ତ ଓଡ଼ିଆ ଦାୟିତ୍ବରେ ରହିବେ । ରମେଶ ମାଝି ଓ ସରୋଜିନୀ ଜନଜାତି ଓ ସଂଖ୍ୟାଲଘୁ ଦାୟିତ୍ବରେ ରହିବେ । ସୁମିତ୍ରା ଜେନା ମହିଳା ସଶକ୍ତିକରଣ ଦାୟିତ୍ବରେ ଓ ଶଶୀ ଭୂଷଣ ମହିଳା ସଶକ୍ତିକରଣ ଓ ଅନୁସୂଚୀତ ଜାତି ବିକାଶ ଦାୟିତ୍ବରେ ରହିବେ ।

ସମ୍ବନ୍ଧିତ ଖବର