ବାହା ଭୋଜିରେ ଅଘଟଣ : ବିଷାକ୍ତ ଚା’ ପିଇ ୧୫ ଅସୁସ୍ଥ, ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି

ବାଲେଶ୍ବର/ଭୋଗରାଇ : ବାହା ଭୋଜି ପାଇଁ ସମସ୍ତେ ବ୍ୟସ୍ତ ଥିଲେ। ହେଲେ ଏମିତି ଅଘଟଣ ଘଟିଲା ଯେ, ପୂରା ଫିକା ପଡ଼ିଗଲା ପରିବେଶ। ଚା’ ପତି ବଦଳରେ ଭୁଲ୍‌ରେ କୀଟନାଶକ ପଡ଼ିଗଲା। ଚା’ ପିଇଥିବା ୧୫ ଜଣ ଅସୁସ୍ଥ ହୋଇ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଘଟଣା ଘଟିଛି ଭୋଗରାଇ ବ୍ଲକ ରଣସିଂହପୁର ଗାଁରେ।

ଆଜି ସକାଳେ ରଣସିଂହପୁର ଗ୍ରାମରେ ଏକ ବାହାଘର ଭୋଜି ଥିଲା। ଏହି ଭୋଜିରେ କେତେକ ଗ୍ରାମବାସୀ ପହଞ୍ଚି କାମ କରୁଥିଲେ। ସେମାନଙ୍କ ନିମନ୍ତେ ଚା’ ପ୍ରସ୍ତୁତ କରୁଥିବା ଲୋକଟି ଅଜାଣତରେ କିଛି କୀଟନାଶକ ପକାଇ ଦେଇଥିଲେ ବୋଲି କୁହାଯାଇଛି। ଏହାକୁ ପିଇବା ପରେ ପାଖାପାଖି ୧୫ରୁ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ‌ସେମାନଙ୍କୁ ପ୍ରଥମେ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ୧୧ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ଗୁରୁତରଙ୍କ ମଧ୍ୟ‌ରୁ ପରେଶ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର