ହୀରାକୁଦ ଜଳଭଣ୍ଡାରର ୧୫ ଗେଟ୍‌ ଖୋଲିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ୧୫ ଗେଟ ଖୋଲିଲା। ପୂର୍ବରୁ ୧୨ଟି ଗେଟ୍‌ ଖୋଲିଥିବାବେଳେ ଶନିବାର ଆଉ ଦୁଇଟି ଗେଟ୍‌ ଖୋଲିଛି। ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇ ୬୧୪.୨୯ ଫୁଟରେ ପହଞ୍ଚିଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୭୭ ହଜାର ୦୧୩ କ୍ୟୁସେକ ପ୍ରବେଶ, ୨ ଲକ୍ଷ ୪୫ ହଜାର ୫୨୬ କ୍ୟୁସେକ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଉପରମୁଣ୍ଡରେ ୪.୩୬ ମିଲିମିଟର, ତଳମୁଣ୍ଡରେ ୨.୪୭ ମିଲିମିଟର ବର୍ଷା ହୋଇଛି। ବୁର୍ଲା ପାଓ୍ବାର ହାଉସରେ ୧୦୦.୪୫୮ ମେଗାୱାଟ, ଚିପିଲିମା ପାୱାର ହାଉସରୁ ୪୧.୩୭୫ ମେଗାୱାଟ ବିଜୁଳି ଉତ୍ପାଦିତ ହେଉଛି। ପଥର୍ଲାରେ ଜଳପତ୍ତନ ହ୍ରାସ ପାଇ ୨୩ ହଜାର ୧୬୮ କ୍ୟୁସେକ, ଖଇରମାଲରେ ୨ ଲକ୍ଷ ୭୭ ହଜାର ୫୦୦ କ୍ୟୁସେକ, ବଇରମୁଳରେ ୧ ଲକ୍ଷ ୮୮ ହଜାର ୭୫୦ କ୍ୟୁସେକ ଏବଂ ମୁଣ୍ଡଳିରେ ୧ ଲକ୍ଷ ୨୧ ହଜାର ୫୩୪ କ୍ୟୁସେକ ପାଣି ପ୍ରବାହିତ ହେଉଛି।

ସମ୍ବନ୍ଧିତ ଖବର