ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଜମାଦେଈପୁର ବରୁଣେଇ ନଗର ଠାରେ ଚଢ଼ଉ କରାଯାଇ ୧୫ ଗ୍ରାମ ବ୍ରାଉନସୁଗାର ସହ ଜଣେ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ଦୁଇ ଦିନ ପୂର୍ବରୁ ବ୍ରାଉସୁଗାର ସହ ଧରାଯାଇଥିବା ବେଳେ ଆଜି ଏନେଇ ସୂଚନା ଦେବା ଘଟଣା ସାଧାରଣରେ ପୁଲିସର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି।
ପୁଲିସ ଠାରୁ ମିଳିଥିବା ସୂଚନାନୁସାରେ, ବରୁଣେଇ ନଗର ଠାରେ ଥିବା ଶ୍ରୀବତ୍ସ ପରମଗୁରୁ (୪୭)ଙ୍କ ଘରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଗତକାଲି ସକାଳେ ସୂଚନା ମିଳିଥିଲା। ପୁଲିସ ମଧ୍ୟାହ୍ଣ ୧୨ଟାରେ ନିର୍ଦ୍ଧାରିତ ସ୍ଥାନରେ ଚଢ଼ଉ କରିଥିଲା। ଚଢ଼ଉରେ ଶ୍ରୀବତ୍ସଙ୍କ ନିକଟରୁ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାଯାଇଛି। ଏହି ଘଟଣାରେ ଶ୍ରୀବତ୍ସ ବିରୋଧରେ ୫୬୫/୨୦୨୩ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Brown-sugar-case-Khordha-PS.jpeg)