ମୋଦିଙ୍କ ସଭାରୁ ଫେରୁଥିବା ସମୟରେ ବସ୍‌ ଓଲଟି ୧୫ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ନିକଟରେ ସୋମବାର ସନ୍ଧ୍ୟାରେ ବସ୍‌ ଓଲଟି ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ୧୫ଜଣ ବିଜେପି ସମର୍ଥକ ଥିବା ଜଣାପଡ଼ିଛି। ତେବେ ବସ୍‌ର ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏଥିରେ ଥିବା ୧୫ଜଣ ବିଜେପି ସମର୍ଥକ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ,ସୂଚନାଯୋଗ୍ୟ, ଚନ୍ଦନ ନାମକ ବସ୍‌ଟି ଭୁବନେଶ୍ୱରରୁ ରଣପୁର ଅଭିମୁଖେ ଯାଉଥିଲା। ମଳିିପଡ଼ା ନିକଟସ୍ଥ ସର୍ବଣା ଢ଼ାବା ନିକଟରେ ବସ୍‌କୁ ପଛ ପଟୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ବସ୍‌ଟି ରାସ୍ତାକୁ ଓଲଟି ପଡ଼ିଥଲା। ଏଥିରେ ଆହତ ହୋଇଥିବା ୧୫ଜଣଙ୍କୁ ଖୋର୍ଦ୍ଧା ଓ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରଠାରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଖୋର୍ଦ୍ଧା ଜିଲ୍ଲା ଅରୁଗୁଳସ୍ଥିତ ଭୁବନେଶ୍ୱର ଆଇଆଇଟିକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କରିବା ସହିତ ୧୪ହଜାର ୫ଶହ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏହାପରେ ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଦଳୀୟ ସଭାରେ ଯୋଗ ଦେଇଥିଲେ।

ମୋଦିଙ୍କ ଭାଷଣ ଶୁଣିବା ପାଇଁ ବହୁ ସଂଖ୍ୟାରେ ବିଜେପି ସମର୍ଥକ ସଭାରେ ଉପସ୍ଥିତ ଥିଲେ। ସନ୍ଧ୍ୟାରେ ମୋଦିଙ୍କ ଏହି ସଭାରୁ ଏକ ବସ୍‌ ଯୋଗେ ବିଜେପି ସମର୍ଥକ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର