ରାୟଗଡ଼ା : ବରିଷ୍ଠ ନାଗରିକଙ୍କୁ ନେଇ ତୀର୍ଥଯାତ୍ରାରେ ଯାଇଥିବା ଗାଡ଼ି ଆଜି ଅପରାହ୍ଣରେ ଦୁର୍ଘଟଣାର ଶିକାର ହୋଇଛି। ରାୟଗଡ଼ାର ବରିଷ୍ଠ ନାଗରିକମାନେ ଏକ ବସ୍ରେ ଭେଲୋର ନିକଟସ୍ଥ ସ୍ୱର୍ଣ୍ଣ ମନ୍ଦିରକୁ ଏକ ବସ୍ରେ ଯାଇଥିଲେ। ବସ୍ ପଛରେ ଏକ ଟ୍ରକ୍ ଧକ୍କା ଦେବାରୁ ୧୫ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଖବର ପାଇ ଡାକ୍ତରୀ ଦଳ ପହଞ୍ଚି ପ୍ରାଥମିକ ଚିକିତ୍ସା କରିବା ପରେ ଯାତ୍ରୀ ମାନେ ସ୍ୱାଭାବିକ ଭାବେ ଭ୍ରମଣରେ ବାହାରି ମନ୍ଦିରି ଦର୍ଶନ କରିଥିବା ନେଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତ କଅଁର ସୂଚନା ଦେଇଛନ୍ତି।
ଆଜି ଅପରାହ୍ଣରେ ଭେଲୋର ନିକଟସ୍ଥ ସ୍ୱର୍ଣ୍ଣ ମନ୍ଦିର ଦେଖିବାକୁ ଏକ ବସରେ ରାୟଗଡ଼ାର ତୀର୍ଥଯାତ୍ରୀମାନେ ଯାଉଥିଲେ। ସମ୍ମୁଖପଟୁ ଏକ କାର ହଠାତ ଆସିଯିବାରୁ ବସ୍ ଡ୍ରାଇଭର ବ୍ରେକ ଦେବା ଫଲରେ ପଛରେ ଆସୁଥିବା ଏକ ଟ୍ରକ ବସ୍ ପଛରେ ଧକ୍କା ଦେଇଥିଲା। ଯାହାଫଳରେ ଯାତ୍ରୀ ମାନେ ଆଗକୁ ଝୁଙ୍କିପଡ଼ି ବାଡ଼େଇ ହୋଇଯିବାରୁ ୧୫ ଜଣ ସାମାନ୍ୟ ଭାବେ ଆହତ ହୋଇଥିବା କୁହାଯାଇଛି।
ସୂଚନାଯୋଗ୍ୟଯେ ଗତ ୩ ତାରିଖରେ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରା ଯୋଜନାରେ ରାୟଗଡ଼ା ଜିଲ୍ଲାରୁ ୫୯ ଜଣ ତୀର୍ଥ ଯାତ୍ରୀ ତିରୁପତି ଓ ଭେଲୋର ଅଭିମୁଖେ ଯିବା ପାଇଁ ରାୟଗଡ଼ାରୁ ଦୁଇଟି ବସରେ ବାହାରିଥିଲେ। ସେମାନେ ବ୍ରହ୍ମପୁରରେ ପହଞ୍ଚିବା ପରେ ଟ୍ରେନ୍ରେ ଯାତ୍ରା କରିଥିଲେ। ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଦୁଇ ଜଣ ବରିଷ୍ଠ କିରାଣି ପ୍ରାଣକୃଷ୍ଣ ପାଣିଗ୍ରାହୀ ଏବଂ ଡମ୍ବରୁଧର ଗୌଡ଼ଙ୍କୁ ଗାଇଡ୍ ରୂପେ ନିୟୋଜିତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rgd-tirtha.jpg)