ପୁରୁଣାକଟକ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ଯାଜପୁର ଗ୍ରାମରେ ହରଭଙ୍ଗା ଅବକାରୀ ବିଭାଗ ଚଢ଼ଉ କରି ୧୫ କେଜି ଗଂଜେଇ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଥିବା ଜଣାପଡ଼ିଛି। ସୂଚନାନୁସାରେ, ଯାଜପୁର ଗ୍ରାମର ଚତୁର୍ଭୁଜ ଦେହୁରୀ (୩୮) ନାମକ ଜଣେ ଯୁବକ ଘର ପଛପଟେ ଗଞ୍ଜେଇ ରଖିଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ଉ କରିଥିଲା। ତାଙ୍କ ଘର ପଛପଟୁ ୧୫ କେଜି ଗଂଜେଇ ଜବତ କରାଯିବା ସହ ଚତୁର୍ଭୁଜଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।
ଚଢ଼ଉରେ ଇନ୍ସପେକ୍ଟର ସାଗରିକା ପ୍ରଧାନ, ହରଭଙ୍ଗା ଅବକାରୀ ବିଭାଗର ଏସ୍ଆଇ ସୂର୍ଯ୍ୟକାନ୍ତ ମଲ୍ଲିକ, ଏଏସଆଇ ପ୍ରଶାନ୍ତ ଜଗଦେବ, କନେଷ୍ଟବଳ ଜୟନ୍ତ ପ୍ରଧାନ, ଲୋକନାଥ ଭୋଇ, ସଂଜୟ ସେଠୀ ଓ ପଞ୍ଚମୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/14-24.jpg)